ସିମେଣ୍ଟ କାରଖାନାରେ ବିସ୍ଫୋରଣ; ଜଣେ ଶ୍ରମିକ ମୃତ, ୨ ଗୁରୁତର

1 min read

ରାଉରକେଲା: ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନାରେ ବିସ୍ଫୋରଣ । ଡାଲମିଆ ଡିଏସପି ୟୁନିଟ୍-୧ରେ ଵିସ୍ପୋରଣ ହୋଇଛି । ବିସ୍ଫୋରଣରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।ମୃତ ମହିଳା ଶ୍ରମିକ ରଶ୍ମି କୁଜୁରଙ୍କ ମୃତଦେହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ବିସ୍ଫୋରଣ ଅଭିଯୋଗ ପରେ ରାଜଗାଙ୍ଗପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆହତ ୨ ମହିଳା ଶ୍ରମିକଙ୍କୁ ଆରଜିଏଚ୍ ସ୍ଥାନାନ୍ତର କରାଯାଇଛି ।

Leave a Reply