ମହିଳା ଆଇନଜୀବୀ ଦୀପାଳିଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ମହିଳା ଆଇନଜୀବୀ ଦୀପାଳିଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲା । ମୃତ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କ ଆତ୍ମସମର୍ପଣ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବିକ୍ରମ ମିଶ୍ର । ଦୀର୍ଘ ୪ମାସ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୁରୁଷ ବନ୍ଧୁ ହିଁ ତାଙ୍କୁ ହତ୍ୟା କରିଥିବା ପୋଲିସ ପୂର୍ବରୁ ସନ୍ଦେହ କରୁଥିଲା । ତେବେ ପୁଲିସ ଗିରଫଦାରୀ ଭୟରେ ବିକ୍ରମ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।  କିନ୍ତୁ ହାଇକୋର୍ଟ ତାଙ୍କୁ ତଳକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅକ୍ଟୋବର ୨୦ରେ ଲିଙ୍ଗିପୁର ଭଡାଘରୁ ଆଇନଜୀବୀ ଦୀପାଳିଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ପୁରୁଷ ବନ୍ଧୁ ବିକ୍ରମ ଫେରାର ହୋଇଯାଇଥିଲା ।

Leave a Reply