ଇଞ୍ଜିନିୟରିଂ ଛାତ୍ରଙ୍କ ‘ହେଟ୍ ଷ୍ଟୋରୀ’

1 min read

ଭୁବନେଶ୍ୱର: ଲଭ, ସେକ୍ସ ଓ ବ୍ଲାକମେଲ୍‌ । ଇଞ୍ଜିନିୟରିଂ ଛାତ୍ରଙ୍କ ହେଟ୍ ଲଭ ଷ୍ଟୋରୀ । କଲେଜ କ୍ୟାମ୍ପସରେ ଲଭ୍‌, ଜେଲ ଚାରିକାନ୍ଥ ଭିତରେ ଦି ଏଣ୍ଡ୍‌ । ପ୍ରେମିକାକୁ ବ୍ଲାକମେଲ କରି ପ୍ରେମିକ ହୋଇଛନ୍ତି ଗିରିଫ । ଧୋକାବାଜ ପ୍ରେମିକ ପ୍ରବର ଜଣଙ୍କ ହେଲେ ଝାରସୁଗୁଡ଼ାର ସନ୍ତୋଷ କୁମାର ରାଉତ । ସନ୍ତୋଷଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।

ସୂଚନା ଅନୁସାରେ ଝାରସୁଗୁଡ଼ାରେ ସନ୍ତୋଷ ଇଞ୍ଜିନିୟରିଂ ପଢୁଥିବା ବେଳେ ତାଙ୍କଠାରୁ ୨ ବର୍ଷ ଜୁନିଅର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିଛି ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଯୁବତୀଙ୍କ ଅଜାଣତରେ ତାଙ୍କ ଫଟୋ ଉଠାଇବା ସହ ବାହା ହେବା ପାଇଁ ଜିଦ୍ କରିଥିଲା ସନ୍ତୋଷ । ଯୁବତୀ ବାହା ହେବା ପାଇଁ ମନା କରିବାରୁ ପ୍ରଥମେ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିବାକୁ ସେ ଧମକ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । କିଛି ଦିନର ନିରବତା ପରେ ପୁଣି ଥରେ ବାହା ହେବା ପାଇଁ ସନ୍ତୋଷ ଜିଦ୍ କରିବାରୁ ଯୁବତୀ ଫଟୋ ଭାଇରାଲ ଧମକକୁ ନେଇ ବିବାହ କରିବାକୁ ମନା କରିଥିଲେ । ଯୁବତୀଙ୍କ ନାଁରେ ଫେସବୁକରେ ଫେକ୍‌ ଆଇଡି କରି ଯୁବତୀଙ୍କ ପରିବାରଙ୍କୁ  ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା ସନ୍ତୋଷ ।

ଗିରଫ ହୋଇଥିବା ଝାରସୁଗୁଡ଼ାର ସନ୍ତୋଷ କୁମାର ରାଉତ

ଗତ ମାସ ୨୮ ତାରିଖରେ ଯୁବତୀଙ୍କ ପରିବାର ଏ ସଂପର୍କରେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ନୟାପଲ୍ଲୀ ଥାନା ପୋଲିସ ତଦନ୍ତ କରି ଅନୁଗୁଳରୁ ସନ୍ତୋଷକୁ ଗିରଫ କରିଛି । ସବୁଠାରୁ ବଡ଼ କଥା ହେଲା ସନ୍ତୋଷକୁ ଧରିବା ପାଇଁ  ପୋଲିସ ବି ସୋସିଆଲ ମିଡିଆକୁ ବ୍ୟବହାର କରିଥିବା ଜଣା ପଡ଼ିଛି । ଧୋକାବାଜ ପ୍ରେମିକ ସନ୍ତୋଷ ରାଉତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ ।

')}

Leave a Reply