CAA-NRC ପ୍ରସଙ୍ଗରେ ନୀତିଶ କୁମାର-ଯୋଗୀ ଆଦିତ୍ୟନାଥ ମୁହାଁମୁହିଁ, ଏନଡିଏରେ ନାହିଁ ସବୁକିଛି ଠିକ୍

1 min read

ପାଟନା: ବିହାର ନିର୍ବାଚନର ସବୁ ବାଜି ଯେମିତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପାଖରେ ଅଟକି ଯାଇଛି । ଏନଡିଏର ୨ ପ୍ରମୁଖ ଦଳ ବିଜେପି-ଜେଡି(ୟୁ)ଙ୍କ ଆଭିମୁଖ୍ୟ ଭିନ୍ନ ରହୁଛି । ଏହାର ଏକ ଝଲକ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା । ସମାନ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିନ୍ନ ମତ ରଖିଥିଲେ ।

ସୀମାଞ୍ଚଳର ଏକ ଆସନରେ ପ୍ରଚାର କରୁଥିବା ବେଳେ ଯୋଗୀ କହିଥିଲେ ଯେ, ଏନଡିଏର ସରକାର ଆସିଲେ । ପ୍ରଥମେ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ । ହେଲେ ଯୋଗୀଙ୍କ ଏହି ମନ୍ତବ୍ୟ ସମୀକ୍ଷକଙ୍କୁ ଚକିତ କରିଛି । ୨୦୦୫ରୁ ଭାଗୁଆଳି ସରକାରରେ ରହିଆସିଥିବା ବିଜେପି କ’ଣ ଜାଣିଶୁଣି ଅନୁପ୍ରବେଶକାରୀଙ୍କୁ ରହିବାକୁ ଦେଉଛି କି ବୋଲି ପ୍ରଶ୍ନ ଉଠିଛି । ଯୋଗୀ ପ୍ରଚାର କରିବାକୁ ଯାଇଥିବା ଆସନରେ ଲଗାତର ବିଜେପି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି, ତଥାପି କିପରି ଅନୁପ୍ରବେଶ ହେଉଛି ବୋଲି ପ୍ରଶ୍ନ ଉଠିଛି । କଟିଆରରେ ହିନ୍ଦୁ ଭୋଟ ଧ୍ରୁବୀକରଣ ପାଇଁ ଯୋଗୀଙ୍କୁ ଭାଜପା ପକ୍ଷରୁ ସେଠାକୁ ପ୍ରଚାର ପାଇଁ ପଠାଯାଇଥିବା କୁହାଯାଉଛି ।

ଠିକ୍ ସେହିପରି ସମାନ ଦିନରେ ସୀମାଞ୍ଚଳର କିଶନଗଞ୍ଜ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପ୍ରଚାର କରୁଥିଲେ । ନୀତିଶ ନିଜ ପ୍ରଚାରରେ କହିଥିଲେ ଯେ, ସିଏଏ-ଏନଆରସି ଆଢୁଆଳରେ କେହି ଆମକୁ ଅଲଗା କରିପାରିବେନି । କେହି କାହାକୁ କୌଣସି ସ୍ଥାନରୁ ବାହାର କରିପାରିବେ ନାହିଁ । କିଛି ଲୋକ ଏହି ପ୍ରସଙ୍ଗକୁ ନେଇ ବିହାରକୁ ରାଜନୀତି କରିବାକୁ ଆସିଥିବା ନୀତିଶ କହିଥିଲେ । ନୀତିଶ ପ୍ରାଥମିକ ଭାଷଣରେ ଅସଉଦ୍ଦିନ ୱଏସୀଙ୍କୁ ଟାର୍ଗେଟ କରିଥିଲେ । ହେଲେ ଏହି ବାହାନାରେ ବିଜେପିକୁ ମଧ୍ୟ ପରୋକ୍ଷରେ ନୀତିଶ ସମାଲୋଚନା କରିଥିଲେ । ତେଣୁ ଏନଡିଏରେ ଯେ ସବୁ କିଛି ଠିକ୍ ଚାଲୁନି ବୋଲି ତାହା ପ୍ରମାଣିତ ହୋଇ ଯାଇଛି ।

Asaudin Owasi

 

Leave a Reply