ବର୍ଷା ଦିନେ ବି ଉତ୍କଟ ଜଳ ସମସ୍ୟା: ଅଭିଯୋଗ କଲେ ଶୁଣୁନି ଜନସ୍ୱାସ୍ଥ୍ୟ ବିଭାଗ

1 min read

ବାସୁଦେବପୁର: ଦୂର ହେବ ପାନୀୟ ଜଳ ସମସ୍ୟା । ଘର ପାଖରେ ପହଁଚିବ ବିଶୁଦ୍ଧ ପାଣି । ପିଇବା ପାଣି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟ ପାଇଁ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଛି । ଫଳରେ କେଉଁଠି ଲୋକେ ଲୁଣି ପାଣି ପିଉଛନ୍ତି କେଉଁଠି ନଦୀର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ବର୍ଷା ଦିନେ ବି ଉତ୍କଟ ହେଉଛି ଜଳ ସମସ୍ୟା । ଅଭିଯୋଗ କଲେ ଶୁଣିନି ଜନସ୍ୱାସ୍ଥ୍ୟ ବିଭାଗ । କେଉଁଠି ଲୁଣି ପାଣିରେ ଶୋଷ ମେଣ୍ଟୁଛି ତ କେଉଁଠି ମହାନଦୀର ମଇଳା ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ରାଜଘରପୋଖରୀର । ଗାଁରେ ଏକମାତ୍ର ନଳକୂପ ଥିବା ବେଳେ ସେଥିରୁ ବାହାରୁଛି ଲୁଣି ପାଣି । ଆଉ ଏହି ଲୁଣି ପାଣିକୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ଲୋକେ । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିବା ବେଳେ ଖୁବଶୀଘ୍ର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାସୁଦେବପୁର RWSS ସହକାରୀ ଯନ୍ତ୍ରୀ ।

ସେପଟେ ସମାନ ଅବସ୍ଥା ଭୋଗୁଛନ୍ତି ସୁବର୍ଣ୍ଣପୁର ସହରବାସୀ । ପାଖରେ ମହାନଦୀ ରହିଛି, ହେଲେ ସହରବାସୀଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ନଦୀରୁ ଆସୁଥିବା ପାଣିକୁ ବିଶୋଧନ ନକରି ସିଧାସଳଖ ଯୋଗାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ଦୀର୍ଘ ଦିନରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତି ମିଳୁଛି । ଅତିତରେ ମଇଳା ପାଣି ଯୋଗୁଁ ସହରରେ ଡାଇରିଆର ଆତଙ୍କ ଖେଳିଥିବା ବେଳେ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

 

Leave a Reply