ଧାନକଟା ଯନ୍ତ୍ରପାତିର ସବ୍‌ସିଡି ଟଙ୍କା ହେଉଛି ବାଟମାରଣା: ଆଦିବାସୀ ସାଜିଛନ୍ତି ମୋହରା

1 min read

ଭବାନୀପାଟଣା: କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଧାନକଟା ଯନ୍ତ୍ର ସବସିଡି ଟଙ୍କା ବାଟ ମାରଣା । ଗରିବ ଆଦିବାସୀଙ୍କ ନାଁରେ ଲାଭ ଉଠାଉଛନ୍ତି ଦଲାଲ । କଳାହାଣ୍ଡି ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ପୂର୍ବରୁ ଧାନରୁଆ ଯନ୍ତ୍ର ସବସିଡି ଟଙ୍କା ଘୋଟାଲା ଆଭିଯୋଗ ଆସିଥିବା ବେଳେ ଏବେ ଧାନକଟା ଯନ୍ତ୍ର ସବସିଡି ଦୁର୍ନୀତି ଅଭିଯୋଗ ଆସିଛି । ବିଭାଗୀୟ କର୍ତ୍ତୃପକ୍ଷ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ଗୁପ୍ତ କ୍ୟାମେରାରେ ସବୁ ଧରାପଡ଼ିଯାଇଛି ।

କଳାହାଣ୍ଡିରେ ଡିଲର ଓ ଦଲାଲଙ୍କ ମଧୁଚନ୍ଦ୍ରିକା । ଆଦିବାସୀଙ୍କୁ ମୋହରା କରି କୃଷି ଯନ୍ତ୍ରପାତି ସହିତ ଏ ବାବଦ ସବ୍‌ସିଡି ଟଙ୍କା ବାଟମାରଣା ଅଭିଯୋଗ । ଏ ହେଉଛନ୍ତି ଜୁନାଗଡ଼ ବ୍ଲକ ପଣ୍ଡରାପଲାର ନେତ୍ର ମୋହନ ମାଝୀ । ତାଙ୍କ ନାଁରେ ଉଠାଯାଇଛି ଧାନକଟା ମେସିନ । ୨୬ ଲକ୍ଷ ୫୦ ହଜାର ଟଙ୍କାର ମେସିନ ଫାଇନାନ୍‌ସ ହୋଇଥିବା ବେଳେ ସବ୍‌ସିଡି ବାବଦ ୬ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କରେ ପୈଠ ହୋଇଥିବା ଦର୍ଶାଯାଇଛି । ହେଲେ ଏ ବାବଦରେ ନେତ୍ର ମୋହନ କିଛି ଜାଣିନାହାନ୍ତି ।

ଖାଲି ନେତ୍ର ମୋହନ ମାଝୀ ନୁହନ୍ତି, ଏଭଳି ବହୁ ଗରିବ ଓ ନିରୀହ ଲୋକଙ୍କ ନାଁରେ ହାର୍‌ଭେଷ୍ଟର ମେସିନ ଉଠାଯାଇଥିବା ଅଭିଯୋଗ ହୋଇଛି । ସେପଟେ କିନ୍ତୁ ମେସିନ ଦେଇଥିବା ଡିଲର କହିଥିବା ବେଳେ ସବସିଡି ଟଙ୍କା କୁଆଡ଼େ ଯାଉଛି, ଜାଣି ନଥିବା କହିଛନ୍ତି । ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ତେବେ ଗୋପନ କ୍ୟାମେରାରେ ସବୁ ଧରାପଡ଼ିଯାଇଛି । ଜିଲ୍ଲା କୃଷି ଅଧିକାରୀ କଣ କହିଛନ୍ତିସ ଶୁଣନ୍ତୁ । ପୂର୍ବରୁ ଧାନରୁଆ ମେସିନରେ ବ୍ୟାପକ ଠକେଇ ହୋଇଥିବା ବେଳେ ଏବେ କମ୍ବାଇନ ହାର୍ଭେଷ୍ଟର ମେସିନରେ ବାଟମାରଣା ଅଭିଯୋଗ ଆସିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ବଡ଼ ଖୁଲାସା ହେବ ଓ ଗରିବ ଚାଷୀ ଠକେଇରୁ ରକ୍ଷା ପାଇବେ ।

https://www.facebook.com/NandighoshaTV/videos/1244252522641300

Leave a Reply