‘ପୀଠାଧିଶଙ୍କ ହାତରେ ରହୁ ମଠ ଦାୟିତ୍ୱ’

1 min read

ଓଡ଼ିଶା ହିନ୍ଦୁ ଧର୍ମ ଦେବୋତ୍ତର ଆଇନରେ ହୋଇଛି ସଂଶୋଧନ |  ଏହି ସଂଶୋଧିତ ଆଇନ ବଳରେ ପୁରୀର ପ୍ରସିଦ୍ଧ ଗୋବର୍ଦ୍ଧନ ମଠକୁ ଦେବୋତ୍ତର ବିଭାଗଠାରୁ ଅଲଗା କରାଯାଇ ସ୍ୱୟଂଶାସିତ କରାଯାଇଛି । ଦୀର୍ଘ ବର୍ଷ ଧରି ପୀଠାଧିଶ ଜଗତ୍‌ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଏହି ମଠର ପରିଚାଳନା ଦାୟିତ୍ୱ ନେବାକୁ ଚାହୁଁଥିଲେ । ଏହି ଦାୟିତ୍ୱ ସରକାରଙ୍କ ଦେବୋତ୍ତର ବିଭାଗ ହାତରେ ନ୍ୟସ୍ତ ଥିବାବେଳେ ଏବେ ଏହି ଦାୟିତ୍ୱ ଜଗତ୍‌ଗୁରୁଙ୍କ ଉପରେ ନ୍ୟସ୍ତ ରଖିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ କ୍ୟାବିନେଟର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଜଗତ୍‌ଗୁରୁ | ଅନ୍ୟପଟେ ଯଦି ଗୋବର୍ଦ୍ଧନ ମଠର ପୀଠାଧିଶଙ୍କୁ ମଠର ଦାୟିତ୍ୱ ତୁଲାଇବାକୁ ରାଜ୍ୟ ସରକାର ନିଷ୍ପତି ହୋଇଛି, ତେବେ ଜିଲ୍ଲାରେ ଥିବା ସମସ୍ତ ମଠର ପୀଠାଧିଶଙ୍କୁ  ମଧ୍ୟ  ଦାୟିତ୍ୱ ନ୍ୟସ୍ତ କରାଯିବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ | ')}

Leave a Reply