NEET Result: ଆକାଂକ୍ଷା ମଧ୍ୟ ଶତ ପ୍ରତିଶତ ସ୍କୋର କରିଥିଲେ, କିନ୍ତୁ ଏହି କାରଣରୁ ଟପ୍ପର ହେଲେ ଶୋଏବ

1 min read

ନୂଆଦିଲ୍ଲୀ: ଦେଶରେ ମେଡିକାଲ କଲେଜରେ ଆଡମିଶନ ପାଇଁ ହୋଇଥିବା NEET ପରୀକ୍ଷାରେ ଓଡିଶାର ଶୋଏବ ଆଫତାବ ଟପ୍ପର ହୋଇଛନ୍ତି । ଶୋଏବଙ୍କ ଫଳାଫଳ ଶତ ପ୍ରତିଶତ ରହିଛି । ୭୨୦ରୁ ସେ ୭୨୦ ନମ୍ବର ପାଇଛନ୍ତି। ଶୋଏବଙ୍କ ସହ ଦିଲ୍ଲୀର ଆଙ୍କାକ୍ଷା ସିଂ ମଧ୍ୟ ୧୦୦ ପ୍ରତିଶତ ଫଳାଫଳ ପାଇଛନ୍ତି ଏବଂ ତାଙ୍କୁ ମଧ୍ୟ ୭୨୦ ନମ୍ବର ମିଳିଛି । କିନ୍ତୁ ସେ NEET ପରୀକ୍ଷାର ଶୀର୍ଷରେ ରହିପାରିବେ ନାହିଁ । ଆକାଂକ୍ଷାଙ୍କର ଅଲ ଇଣ୍ଡିଆ ରାଙ୍କ ୨ ରହିଛି । ଯେତେବେଳେ ଦୁଇ ଜଣ ଛାତ୍ରଙ୍କ ମାର୍କ ସମାନ ରହେ, ତେବେ ପ୍ରଥମ ଟପ୍ପର କିଏ ହେବା ଉଚିତ୍ ଏହା NTA ଘୋଷଣା କରେ । NTA ଆଧାରରେ ଶୋଏବ ପ୍ରଥମ ନମ୍ବରରେ ରହିଛନ୍ତି । ରେକର୍ଡ ଅନୁଯାୟୀ, ଶୋଏବ ଆକାଂକ୍ଷାଙ୍କଠାରୁ ବୟସରେ ବଡ଼ । ତେଣୁ, NTA ପୋଲିସି ଅନୁଯାୟୀ ଶୋଏବଙ୍କୁ ଟପ୍ପର ଘୋଷଣା କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ଓଡିଶାର ଶୋଏବ ଅଫତାବ ଏବଂ ଦିଲ୍ଲୀର ଆକାଂକ୍ଷା ସିଂ ଉଭୟ ୭୨୦ ନମ୍ବର ହାସଲ କରିଛନ୍ତି । କିନ୍ତୁ ଅଫତାବ ବୟସରେ ବଡ଼ ହୋଇଥିବାରୁ ସେ ଜାତୀୟ ରାଙ୍କିଂରେ ଶୀର୍ଷରେ ରହିଛନ୍ତି। NTA ଟାଇ ବ୍ରେକିଂ କ୍ଷେତ୍ରରେ ଟପ୍ପର ଘୋଷଣା କରିବାକୁ ବୟସ, ଟପିକ୍ ରେ ମିଳିଥିବା ସଂଖ୍ୟା ଏବଂ ଭୁଲ ଉତ୍ତର ସଂଖ୍ୟାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଥାଏ । ଜଣେ ଅଧିକାରୀ  NTA ଟାଇ ବ୍ରେକିଂ ପୋଲିସିକୁ ନେଇ ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀଙ୍କ ରାଙ୍କି ପ୍ରଥମେ ସଠିକ୍ ମାର୍କ ଆଧାରରେ କରାଯାଏ । ଯଦି ଏହି ସ୍ଥିତିରେ ରାଙ୍କ୍ ନେଇ ନିର୍ଣ୍ଣୟ ହୋଇପାରେ ନାହିଁ । ତାହେଲେ ଭୁଲ ପ୍ରଶ୍ନର ଉତ୍ତରକୁ ଦୃଷ୍ଟିରେ ରଖି ରାଙ୍କିଂ ପ୍ରସ୍ତୁତ କରାଯାଏ । ଏହା ପରେ, ବୟସ ଆଧାରରେ ମଧ୍ୟ ରାଙ୍କିଂ ନିର୍ଣ୍ଣୟ କରାଯାଏ, ଏଠାରେ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଏ ।

ଚଳିତ ବର୍ଷ NEET ପରୀକ୍ଷାରେ ୪ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୧୫ ମାର୍କ ରଖିଛନ୍ତି । କିନ୍ତୁ ଏହି ପୋଲିସି ଆଧାରରେ କରି ତୁମ୍ମଲା ସ୍ନିକତା (ତେଲେଙ୍ଗାନା), ବିନୀତ ଶର୍ମା (ରାଜସ୍ଥାନ), ଅମୃଷା ଖେତାନ (ହରିୟାଣା) ଏବଂ ଗୁଥୀ ଚୈତନ୍ୟ ସିନ୍ଧୁଙ୍କୁ ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ରାଙ୍କ ମିଳିଛି । ସେହିଭଳି, ୮ ରୁ ୨୦ ନମ୍ବର ଆଣିଥିବା ପରୀକ୍ଷାର୍ଥୀମାନେ ୭୧୦ ମାର୍କ ରଖିଛନ୍ତି । ସେହିଭଳି ୨୫ ରୁ ୫୦ ରାଙ୍କରେ ଥିବା ପରୀକ୍ଷାର୍ଥୀମାନେ ୭୨୦ରୁ ୭୦୫ ମାର୍କ ରଖିଛନ୍ତି ।

 

Leave a Reply