୩୪ ହଜାର ଫୁଟ ଉପରେ ବିବାହ..

କୁହାଯାଏ ବିବାହ ସ୍ୱର୍ଗରେ ଠିକ ହୋଇଥାଏ  । କିନ୍ତୁ ବିବାହ ସ୍ୱର୍ଗରେ ସମ୍ପନ୍ନ ହୋଇଥାଏ  ଏ କଥା ଆପଣ କେବେ ଶୁଣିଛନ୍ତି କି ! ହଁ ଏମିତି ଏକ ବିବାହ ସ୍ପମ୍ପନ୍ନ ହୋଇଛି ଭୂମିଠାରୁ ପ୍ରାୟ ୩୪ ହଜାର ଫୁଟ ଉପର ଆକାଶରେ । ମାନେ ଜେଟଷ୍ଟାର ଫ୍ଲାଇଟରେ ହୋଇଛି ପ୍ରେମୀ ଯୁଗଳଙ୍କ ବିବାହ  । ନ୍ୟୁଜଲ୍ୟାଣ୍ଡ କନିଆକୁ ଅଷ୍ଟ୍ରେଲିଆ ବର  । ସିଡନିରୁ ଅକଲ୍ୟାଣ୍ଡ ଯାଉଥିବା ଏକ କମରସିଆଲ ଜେଟଷ୍ଟାର ଫ୍ଲାଇଟରେ ଡାଭିଡ ଭାଲିଆଣ୍ଟ ଓ କ୍ୟାଥି ଭ୍ୟାଲିଆଣ୍ଟ ବିବାହ କରିଛନ୍ତି  । ଏହି କପୁଲ ସେତିକି ବେଳେ ଆଇ ଡୁ କହିଥିଲେ ଯେତେବେଳେ ବିମାନଟି ଠିକ ଉଭୟଙ୍କ ଘରର ମଝି ରାସ୍ତାରେ ଥିଲା  । ମାନେ ଅଷ୍ଟେଲିଆ ଓ ନ୍ୟୁଜଲ୍ୟାଣ୍ଡର ମଝିରେ ହିଁ ସବୁଦିନ ପାଇଁ ଦୁହେଁ ହୁହିଁଙ୍କ ଜୀବନସାଥି ହୋଇଥିଲେ ।

ବିମାନର ସମସ୍ତ କ୍ରିୟୁ ମେମ୍ବର ନବ ବିବାହିତ କପୁଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ନିଆରା ମ୍ୟାରେଜକୁ ଖୁବ ଏନଜୟ କରିଥିଲେ  । ୨୦୧୧ରେ ହୋଉଥିବା ଏୟାରପୋର୍ଟ ସିଟି ନାମକ ଏକ ଅନଲାଇନ ଗେମରେ ଉଭୟଙ୍କର ପରିଚୟ ହୋଇଥିଲା  । ଗତ ଦୁଇବର୍ଷ ତଳେ ଡାଭିଡ ଓ କ୍ୟାଥି ସିଡିନ ଏୟାରପୋର୍ଟରେ ଭେଟିଥିଲେ  । ତା ପରେ ବ୍ରିସବେନରୁ ମେଲବୋର୍ନ ଯାଉଥିବା ବିମାନରେ ଡାଭିଡ ପ୍ରପୋଜ କରିଥିଲେ କ୍ୟାଥିଙ୍କୁ  ।

ତେବେ ବିବାହକୁ ବି ଏମିତି ମେମୋରେବୁଲ କରିବାକୁ ଚାହିଁଥିଲେ ଏହି ପ୍ରେମୀ ଯୁଗଳ  । ସେହି ଅନୁସାରେ ହୋଇଥିଲା ସବୁ ଆରେଞ୍ଜମେଣ୍ଟ  । ଆଉ ଶେଷରେ ଅକ୍ଟୋବର ୯ ତାରିଖରେ ଅନୁଷ୍ଠିତ ହୋଇଥିଲା ଏହି ନିଆରା ବିବାହ  । ଏଭଳି ଏକ  ଅନୁଭୂତିକୁ ସାରା ଜୀବନ ମନେ ରଖିବେ ବୋଲି କହିଛନ୍ତି ଡାଭିଡ ଓ କ୍ୟାଥି  ।

Leave a Reply