ସୋନାଙ୍କ ଅଭିଯୋଗ ପରେ ଇଣ୍ଡିଆନ୍ ଆଇଡଲରୁ ବିଦା ହେଲେ ଅନୁ ମଲ୍ଲିକ୍

1 min read

ମୁମ୍ବାଇ : ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ତଥା ମ୍ୟୁଜିକ୍ କମ୍ପୋଜର ଅନୁ ମଲ୍ଲିକଙ୍କୁ ମହଙ୍ଗା ପଡ଼ିଛି ମି-ଠୁ ମାଡ଼ । ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍ ସୋର ଜଜ୍ ପଦରୁ ତାଙ୍କୁ ହଟାଇ ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ର ତାଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସେ କ୍ୟାମ୍ପେନ୍ ମଧ୍ୟ କରିଥିଲେ । ତେବେ ସୋନାଙ୍କ ଅଭିଯୋଗ ପରେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ -୧୦ ଛାଡ଼ିଥିଲେ ଅନୁ । ସିଜିନ୍ -୧୧ରେ ପୁଣିଥରେ ତାଙ୍କୁ ସୋ’ରେ ନିଆଯାଇଥିଲା । ଏବେ ତାଙ୍କୁ ସୋ’ରୁ ହଟାଇ ଦିଆଯାଇଥିବା କୁହାଯାଉଛି ।

ତେବେ ଅନୁ ମଲ୍ଲିକ ଜଜ୍ ପଦରୁ ହଟିବା ପରେ ସୋନା ତାଙ୍କ କ୍ୟାମ୍ପେନରେ ସଫଳ ହୋଇଛନ୍ତି । କଟକ ବାଲିଯାତ୍ରାକୁ ଆସିଥିବା ସମୟରେ ସୋନା ଅନୁ ମଲ୍ଲିକଙ୍କ ନିର୍ଯାତନା କଥା ଉଠାଇଥିଲେ । ତାଙ୍କୁ ତୁରନ୍ତ ଜଜ୍ ପଦରୁ ବହିସ୍କାର କରିବାକୁ ଦାବି କରିଥିଲେ ସୋନା ମହାପାତ୍ର ।

Leave a Reply