ଲଦାଖଠାରୁ ମାତ୍ର ୫୦୦ କିଲୋମିଟର ଦୂରରେ ଚୀନ ଠୁଳ କଲା ପରମାଣୁ କ୍ଷେପଣାସ୍ତ୍ର !

1 min read

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଭିତରେ ଚୀନ୍ ଲଦାଖ ସୀମାଠାରୁ ମାତ୍ର ୫ଶହ କିଲୋମିଟର ଦୂରରେ ପରମାଣୁ କ୍ଷେପଣାସ୍ତ୍ର ମୁତୟନ କରିଥିବା ଜଣା ପଡିଛି । ଚୀନ୍ ପରମାଣୁ ଅସ୍ତ୍ର ବହନ କ୍ଷମତା ରଖୁଥିବା DF 26/21 ମିଶାଇଲକୁ ମୁତ୍ତୟନ କରିଥିବା ସାଟେଲାଇଟ୍ ଚିତ୍ରରୁ ଜଣା ପଡିଛି । ସାଟେଲାଇଟ୍ ଚିତ୍ରରୁ ଜଣା ପଡୁଛି ଯେ, ଚୀନ୍ ନିଜର ସିନଜିଆଙ୍ଗ୍ ପ୍ରଦେଶର କୋର୍ଲୋ ସାମରିକ ଘାଟିରେ DF 26/21 କ୍ଷେପଣାସ୍ତ୍ର ମୁତୟନ କରିଛି । ଚିତ୍ରରୁ ଏହି ମିଶାଇଲ ସ୍ପଷ୍ଟ ଭାବେ ଦେଖା ଯାଉଛନ୍ତି । ଏହି ମିଶାଇଲର ମାରକ କ୍ଷମତା ୪ ହଜାର କିଲୋମିଟର । ଏହାର ଲକ୍ଷ୍ୟଭେଦ ପରିସୀମା ଭିତରେ ଭାରତର ପ୍ରାୟ ସବୁ ସହର ଆସୁଛନ୍ତି ।

ଆମେରିକା ବୈଜ୍ଞାନିକଙ୍କ ମାନିବା ହେଉଛି ଯେ,ଚୀନ୍ ପାଖରେ ଭାରତଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି ।ଚୀନ ଖୁବଶୀଘ୍ର ଫ୍ରାନ୍ସକୁ ପଛରେ ଛାଡି ଦୁନିଆର ତୃତୀୟ ସର୍ବାଧିକ ପରମାଣୁ ଅସ୍ତ୍ର ଠୁଳକାରୀ ରାଷ୍ଟ୍ରରେ ପରିଣତ ହେବ । ଗତ ୧୫ ବର୍ଷ ଭିତରେ ଚୀନ ତା’ର ପରମାଣୁ ଅସ୍ତ୍ର ଭଣ୍ଡାରରେ ବୃଦ୍ଧି କରିଛି । ପରମାଣୁ ଅସ୍ତ୍ର ଉପରେ ନଜର ରଖୁଥିବା ସଂଗଠନ ସିପ୍ରିର ତାଜା ରିପୋର୍ଟ ଅନୁସାରେ ୨୦୧୯ରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ବଢାଇଛି । ସିପ୍ରି ରିପୋର୍ଟ ଅନୁସାରେ ଚୀନ୍ ପାଖରେ ୩୨୦ ପରମାଣୁ ଅସ୍ତ୍ର ଥିବାବେଳେ ଭାରତ ପାଖରେ ରହିଛି ୧୫୦ । ଗତ ବର୍ଷ ଚୀନ୍ ୩୦ଟି ନୂଆ ପରମାଣୁ ଅସ୍ତ୍ର ତିଆରି କରିଥିବା ବେଳେ ସମାନ ସମୟରେ ଭାରତର ୧୦ ପରମାଣୁ ବୋମା ତିଆରି କରିଛି ।

china missile

DF 26/21: ପରମାଣୁ ଅସ୍ତ୍ର ବାହକ କ୍ଷେପଣାସ୍ତ୍ର

ଚୀନର DF 26/21 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ପରିସୀମା ୪ ହଜାର କିଲୋମିଟର । ଏହା ଭାରତର ଅଧିକାଂଶ ସହରକୁ ଟାର୍ଗେଟ୍ କରିପାରିବ । ଚୀନ୍ ଏଭଳି ଅସ୍ତ୍ରକୁ ଲଦାଖ ସୀମାଠାରୁ ମାତ୍ର ୫ ଶହ କିଲୋମିଟର ଦୂରରେ ମୁତ୍ତୟନ କରିଛି । ଏହି ମିଶାଇଲ ନିଜ ଡବଲ କ୍ଷମତା ପାଇଁ ଦୁନିଆରେ କୁଖ୍ୟାତ । DF 26/21 ଉଭୟ ପରମାଣୁ ବିସ୍ଫୋରକ ଓ ପାରମ୍ପାରିକ ଅସ୍ତ୍ର ବହନ କରିପାରେ ।  ଏଭଳି କ୍ଷମତା ପାଇଁ DF 26/21 ପାରମ୍ପାରିକ ଅସ୍ତ୍ର ନେଇ ଆସୁଛି ନା ପରମାଣୁ ବୋମା ନେଇ ଆସୁଛି ତାହା ଜାଣିବା ମୁସ୍କିଲ ହୋଇ ପଡେ ।

କିଏ ଦେଲା ଖବର ?

ଓପନ ଇଣ୍ଟେଲିଜେନ୍ସ ସୋର୍ସ ଡେଟରସ୍ଫା ଦ୍ୱାରା ଜାରି ସାଟେଲାଇଟ୍ ଚିତ୍ରକୁ ଜୁନ୍ ମାସରେ ନିଆଯାଇଥିଲା ।  ଫେଡେରସନ୍ ଅଫ୍ ଆମେରିକା ସାଇଣ୍ଟିଷ୍ଟ୍ର ତାଜା ରିପୋର୍ଟ ଅନୁସାରେ କୁର୍ଲା ବେସରେ ପ୍ରଥମ ମିଶାଇଲ ଏପ୍ରିଲ ୨୦୧୯ ଓ ଦ୍ୱିତୀୟ ମିଶାଇଲକୁ ଅଗଷ୍ଟ,୨୦୧୯ରେ ମୁତୟନ କରାଯାଇଥିଲା ।  ଏହି ମିଶାଇଲକୁ ଗୁଆମ କିଲର ବୋଲି ମଧ୍ୟ କୁହାଯାଏ । ଜାପାନର ଗୁଆମ ଠାରେ  ଆମେରିକାର ସାମରିକ ଘାଟି ରହିଛି । ୨୦୧୫ ମସିହାରେ ଏହାକୁ ପ୍ରଥମ ଥର ପାଇଁ ଚୀନ୍ ଦୁନିଆକୁ ଦେଖାଇଥିଲା । ଚୀନ ପାଖରେ ଏଭଳି ୮୦ ମିଶାଇଲ ଥିବା କୁହାଯାଉଛି ।

china satelite image

ଲଦାଖରୁ କ୍ଷେପଣାସ୍ତ୍ର ମୁତୟନ ସ୍ଥାନର ଦୂରତାକୁ ଦେଖି ଲାଗୁଛି ଯେ, ଏହାକୁ ଭାରତ ବିରୋଧରେ ହିଁ ମୁତୟନ କରାଯାଇଛି । ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଏହି ଘାଟିରେ ୬ ସିଆନ୍ ଏଚ୍-୬ ବମ୍ବର ରହିଛି । ଏହା ସହ ୧୨ ସିୟାନ ଜେଚ୍-୭ ବିମାନ ମଧ୍ୟ ଛିଡା ହୋଇଛନ୍ତି ।

Leave a Reply