ବିରାଶାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାର ଷ୍ଟ୍ରିପରେ ଅଘଟଣ । ଟ୍ରେନିଂ ବେଳେ ବିସ୍ଫୋରଣ ହେଲା ଚାର୍ଟାଡ ପ୍ଲେନ୍ । ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ଅନ୍ୟ ଜଣେ ମହିଳା ବୋଲି ଜଣାପଡ଼ିଛି ।

ସକାଳୁ ବିରାଶାଳ ଏୟାର ଷ୍ଟ୍ରିପ୍ ଟ୍ରେନିଂ ବେଳେ ଚାଟାର୍ଡ ପ୍ଲେନଟିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଟ୍ରେନ୍ ପାଇଲଟହ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । ତେବେ ବିମାନରେ କେମିତି ବିସ୍ଫୋରଣ ହେଲା ଜଣାପଡ଼ିନାହିଁ ।

୧୨ ଶହ ମିଟର ଲମ୍ବା ବିରାଶାଳ ଏୟାରଷ୍ଟ୍ରିପକୁ ପାଇଲଟ୍ ଟ୍ରେନିଂ ସେଣ୍ଟର ଭାବେ ବ୍ୟବହାର ପାଇଁ ୨୦୧୯ ମସିହା ମେ ୧୪ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଥିଲା । ନଭେମ୍ବର ମାସରୁ ସେଠାରେ ବିମାନ ଚଳାଚଳ ନେଇ ଟ୍ରେନି ପାଇଲଟଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

Leave a Reply