ଆସୁଛି ମୌସୁମୀ: ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

1 min read

ଭୁବନେଶ୍ୱର: ଆସନ୍ତା ୩ଦିନ ମଧ୍ୟରେ  ଓଡ଼ିଶା ଛୁଇଁବ ମୌସୁମୀ ।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବୂଳୟ ‘ଲଘୁଚାପ’ରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୱେଲ ମାର୍କ ଲୋ-ପ୍ରେସର ରୂପ ନେବ ।

ଫଳରେ ଓଡ଼ିଶାରେ ଲଗାତାର ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାକୁ ମୌସୁମୀ ବାଟ କଢାଇ ଆଣିବା ପାଇଁ ବଙ୍ଗୋପସାଗରରେ ପାଗ ଅନୁକୂଳ ଥି୍ବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୪ ଜିଲ୍ଲାକୁ ଓରେଞ୍ଜ ଆର୍ଲଟ ରହିଛି ସେଗୁଡ଼ିକ ହେଲା କୋରାପୁଟ, ମାୟୁରଭଞ୍ଜ , ଗଞ୍ଜାମ ଓ ଗଜପତି । ଏବଂ ଆଉ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ସେଗୁଡ଼ିକ ହେଲା ପୁରୀ, କନ୍ଧମାଳ, କେଉଁଝର, ଢେଙ୍କାନାଳ, କଟକ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା,ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ।

Leave a Reply