UAEରେ IPL ଆୟୋଜନ ନେଇ ମୋଦି ସରକାର ଦେଲେ ଲିଖିତ ମଞ୍ଜୁରୀ

1 min read

ନୂଆଦିଲ୍ଲୀ: ୟୁନାଇଟେଡ ଆରବ ଏମିରେଟ୍ସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ( IPL 2020) ଆୟୋଜନ କରିବାକୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଠାରୁ ଆନୁଷ୍ଠାନିକ ଅନୁମୋଦନ ଲାଭ କରିଛି । ଲିଗ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୋମବାର ଏହି ସୂଚନା ଦେଇଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଶାରଜାହ, ଦୁବାଇ ଏବଂ ଆବୁଧାବିରେ ଆଇପିଏଲ୍ ଖେଳାଯିବ। ଗତ ସପ୍ତାହରେ ବିସିସିଆଇକୁ ସରକାର ମଞ୍ଜୁରୀ ଦେଇଥିଲେ । ଭାରତରେ କରୋନା ଜୀବାଣୁ ମହାମାରୀ ବୃଦ୍ଧି ହେତୁ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହେଉଛି।

ଗୃହ ଓ ବୈଦେଶିକ ମନ୍ତ୍ରଣାଳୟର ଅନୁମୋଦନ

ବ୍ରିଜେଶ ପଟେଲ ପିଟିଆଇକୁ କହିଛନ୍ତି ଯେ, ଆମକୁ ଲିଖିତ ଅନୁମୋଦନ ମିଳିଛି । ତାଙ୍କୁ ପଚରାଯାଇଥିଲା କି ଉଭୟ ଗୃହ ଓ ବୈଦେଶିକ ମନ୍ତ୍ରଣାଳୟ ଲିଖିତ ଭାବେ ଅନୁମୋଦନ ଦେଇଛନ୍ତି କି? ଯେତେବେଳେ ଭାରତର କୌଣସି କ୍ରୀଡା ସଂଗଠନ ବିଦେଶରେ ଘରୋଇ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରନ୍ତି, ଗୃହ, ବୈଦେଶିକ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟରୁ ଅନୁମୋଦନ ନେବାକୁ ପଡିବ । ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ଅନୁମୋଦନ ପାଇବା ପରେ ଆମେ ଏମିରେଟ୍ସ କ୍ରିକେଟ୍ ବୋର୍ଡକୁ କହିଥିଲୁ । ବର୍ତ୍ତମାନ ଯେହେତୁ ଆମେ ଲିଖିତ ଅନୁମୋଦନ ପାଇଛୁ, ଦଳମାନଙ୍କୁ ସୂଚନା ଦିଆଯିବ ।

୨୦ ଅଗଷ୍ଟ ପରେ ଯିବେ ସମସ୍ତ ଦଳ

ଜଣାଇ ରଖୁଛୁ ଯେ, ଅଧିକାଂଶ ଆଇପିଏଲ୍ ଦଳ ଅଗଷ୍ଟ ୨୦ ପରେ ୟୁଏଇ ଯିବେ । ସେମାନଙ୍କୁ ଯିବାର ୨୪ ଘଣ୍ଟା ମଧ୍ୟରେ ଦୁଇଟି RT PCR ପରୀକ୍ଷା କରାଇବାକୁ ପଡିବ । ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଅଗଷ୍ଟ ୨୨ ରେ ଯିବ । ଚେପକ୍ ଷ୍ଟାଡିୟମରେ ଏକ ଛୋଟ ଶିବିର ଆୟୋଜିତ ହେବ ।

IPL ୨୦୨୦ର ପ୍ରାୟୋଜକ କିଏ?

ଜଣାଇ ରଖୁଛୁ ଯେ କରୋନା ଜୀବାଣୁ ସହିତ ବିସିସିଆଇ ଏବଂ ଆଇପିଏଲ୍ ପ୍ରଶାସନ କ୍ରମାଗତ ଭାବରେ ଏହି ସିଜିନରେ ପ୍ରାୟୋଜକ ଖୋଜୁଛନ୍ତି ଏବଂ ଏଥିରେ ସେମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଭିଭୋ ଆଇପିଏଲ ପ୍ରୋଜୋଜନା ପାଇଁ  ୪୪୦ କୋଟି ଟଙ୍କାର ଚୁକ୍ତି କରିଥିଲା । ତେବେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ସୀମାରେ ହିଂସାତ୍ମକ ସଂଘର୍ଷ ଯୋଗୁଁ ଚାଇନାର ଉତ୍ପାଦ ଏବଂ କମ୍ପାନୀଗୁଡ଼ିକୁ ବହିଷ୍କାର କରିବା ଦାବି ପରେ ଭିଭୋ ପ୍ରଯୋଜନାରୁ ହଟିଯାଇଛି ।  ଜଣାଇ ରଖୁଛୁ ଯେ, ବାବା ରାମଦେବଙ୍କ ପତଞ୍ଜଳି ନୂତନ ଟାଇଟଲ୍ ପ୍ରଯୋଜକ ହେବାକୁ ଆଗ୍ରହ ଦେଖାଇଛନ୍ତି ।

Leave a Reply