ଆଉ ନାହାନ୍ତି ବଲିଉଡ୍‌ କଳାକାର ଆସିଫ୍‌ ବସ୍ରା, ବେକରେ କୁକୁର ଦଉଡ଼ି ଲଗାଇ କଲେ ଆତ୍ମହତ୍ୟା

Asif Basra

ହିମାଚଳ ପ୍ରଦେଶ: ପୁଣି ଜଣେ ବଲିଉଡ୍‌ କଳାକାରଙ୍କ ଆତ୍ମହତ୍ୟା । ବଲିଉଡ୍‌ ଅଭିନେତା ଆସିଫ୍‌ ବସ୍ରା କରିଛନ୍ତି ଆତ୍ମହତ୍ୟା । ଗୁରୁବାର ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଧର୍ମଶାଳା ମ୍ୟାକ୍‌ଲେଣ୍ଡଗଞ୍ଜର ଜୋଗିବାଡା ରୋଡରେ ଥିବା ଏକ କାଫେ ନିକଟରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କାଙ୍ଗଡ଼ାର ଏସ୍‌ପି ବିମୁକ୍ତ ରଞ୍ଜନ ଏହି ମାମଲାକୁ ସ୍ପଷ୍ଟ କରିଛନ୍ତି ।

ଲିଜ୍‌ରେ ନେଇଥିଲେ ଜମି

ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିନେତା ଅସିଫ ବସ୍ରା ଗତ ୫ ବର୍ଷ ହେବ ମ୍ୟାକ୍‌ଲେଣ୍ଡଗଞ୍ଜର ଏକ ଭଡ଼ା ଘରେ ରହି ଆସୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ ବୋଲି ଜଣାପଡ଼ିଛି ।

Asif Basra

କେମିତି କଲେ ଆତ୍ମହତ୍ୟା ?

ମିଳିଥିବା ସୂଚନାମୁତାବକ ଆସିଫ୍ ବସ୍ରା ବ୍ରିଟେନର ଜଣେ ମହିଳାଙ୍କ ସହ ମ୍ୟାକ୍‌ଲେଣ୍ଡଗଞ୍ଜରେ ଲିଭ୍‌ ଇନ୍‌ରେ ରହୁଥିଲେ । ଗୁରୁବାର ଅପରାହ୍ନରେ ସେ ତାଙ୍କ କୁକୁରକୁ ବୁଲାଇବାକୁ ବାହାରକୁ ଯାଇଥିଲେ । ବାହାରୁ ଘରକୁ ଫେରିବା ପରେ, ସେ ତାଙ୍କ କୁକୁର ବେକରେ ଲାଗିଥିବା ଦଉଡ଼ି ଆଣି ସେଥିରେ ନିଜକୁ ଫାଶି ଲଗାଇଥିଲେ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ଡିପ୍ରେସନ୍‌ର ଶିକାର ଥିଲେ । ଆସିଫ୍‌ ବସ୍ରା ଆତ୍ମହତ୍ୟା କରିଥିବା ନେଇ କଙ୍ଗଡ଼ା ଏସ୍‌ପି ସ୍ପଷ୍ଟ କରିଛନ୍ତି ।

Asif Basra

ଆସିଫ୍ ବସ୍ରା କିଏ ?

ଆସିଫ୍‌ ବସ୍ରା ଜଣେ ପ୍ରସିଦ୍ଧ ଟିଭି କଳାକାର । ସେ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ଅନେକଙ୍କ ମନ କିଣିପାରିଛନ୍ତି । ଏମିତିକି ସେ ହଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ‘ପରଜାନିଆ’ ‘ବ୍ଲାକ୍ ଫ୍ରାଇଡେ’ ଭଳି ଲୋକପ୍ରୀୟ ଚଳଚ୍ଚିତ୍ର ବ୍ୟତୀତ ସେ ହଲିଉଡ୍‌ ଚଳଚ୍ଚିତ୍ର ‘ଆଉଟ୍‌ସୋର୍ସ’ରେ ମଧ୍ୟ ନଜର ଆସିଥିଲେ । ଏହାସହ ବସରା ଅନେକ ହିମାଚାଳୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ।

Leave a Reply