ଦେଶର କେଉଁ କେଉଁ ରାଜ୍ୟରେ ବ୍ୟାପିଛି ବାର୍ଡ ଫ୍ଲୁ ? ଜାଣନ୍ତୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା କେତେ ସୁରକ୍ଷିତ…

1 min read
Bird Flu Cooked Chicken And Eggs Are Safe For Health Know

ନୂଆଦିଲ୍ଲୀ: ଦେଶର କେତେକ ଭାଗରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଶନିବାର ମହାରାଷ୍ଟ୍ରରେ ବାର୍ଡ ଫ୍ଲୁରେ ଆଉ ୯୮୩ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ବାର୍ଡ ଫ୍ଲୁରେ ପକ୍ଷୀଙ୍କ ମୃତ୍ୟୁସଂଖ୍ୟା ୫ ହଜାର ୧୫୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ରାଜ୍ୟର ଲାଟୁରରେ ସର୍ବାଧିକ ୨୫୩ ପକ୍ଷୀଙ୍କ ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଛି ।

Bird Flu, Cooked Chicken And Eggs Are Safe For Health Know

ଅନ୍ୟପଟେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ କୁକୁଡ଼ା ଜାତୀୟ ସାମଗ୍ରୀ ଉପରେ କଟକଣା ଲଗାଇବା ଉପରେ ପୁଣି ଭାବିବାକୁ କହିଛନ୍ତି । କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି- ଲୋକମାନେ ଅଣବୈଜ୍ଞାନିକ ସମ୍ମତ କଥାରେ ପଡ଼ି ଭ୍ରମିତ ହୁଅନ୍ତୁ ନାହିଁ । ବାର୍ଡ ଫ୍ଲୁ ବ୍ୟାପିନଥିବା ଅଞ୍ଚଳର କୁକୁଡ଼ା ମାଂସ ଓ ଅଣ୍ଡା ରୋଷେଇ କରି ଖାଇବା ସୁରକ୍ଷିତ ।

Bird Flu, Cooked Chicken And Eggs Are Safe For Health Know

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି- କଟକଣା କୁକୁଡ଼଼ା ଚାଷୀ ଓ ଅଣ୍ଡା ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିବ । ପୂର୍ବରୁ କୋଭିଡ୍ ଲକଡାଉନ୍ ଯୋଗୁଁ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା । ତେଣୁ, ବାର୍ଡ ଫ୍ଲୁ ବ୍ୟାପିନଥିବା ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ଉପରେ କଟକଣା ଲଗାଇବା ପୂର୍ବରୁ ରାଜ୍ୟ ସରକାର ଆଉ ଥରେ ଭାବନ୍ତୁ । ରନ୍ଧା ଯାଇଥିବା କୁକୁଡ଼ା ମାଂସ ଓ ଅଣ୍ଡା ସୁରକ୍ଷିତ ବୋଲି ମନ୍ତ୍ରଣାଳୟ କହିଛି ।

Bird Flu, Cooked Chicken And Eggs Are Safe For Health Know

ବାର୍ଡ ଫ୍ଲୁ ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜାନୁଆରୀ ୧୬ ସୁଦ୍ଧା ମହାରାଷ୍ଟ୍ରର ଲାଟୁର, ପୁନେ, ସୋଲାପୁର, ଅହମ୍ମଦନଗର, ରାୟଗଡ଼ ଜିଲ୍ଲାର କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ମିଳିଛି । ଏହାଛଡ଼ା ମଧ୍ୟପ୍ରଦେଶର ଛତ୍ରପୁର, ଗୁଜରାଟର ସୁରଟ, ନବସାରୀ ଓ ନର୍ମଦା, ଉତ୍ତରାଖଣ୍ଡର ଡେରାଡୁନ୍, ଉତ୍ତରପ୍ରଦେଶର କାନପୁର ଏବଂ ଦିଲ୍ଲୀରେ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇଛି ।

Leave a Reply