ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ, ଅଟୋରେ କରିବାକୁ ପଡ଼ୁଛି ଯାତ୍ରା

1 min read

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଅଧିକ ସମୟ ପରେ ତାଙ୍କ ପିତା କେ.କେ ସିଂହ ମୃତ୍ୟୁ ସମ୍ପର୍କରେ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ଏହା ପରେ ବିହାର ପୋଲିସର ଏକ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ବିହାର ପୋଲିସ ଅଭିନେତାଙ୍କ ଭଉଣୀ ମିତୁ ସିଂ ଏବଂ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୬ ଜଣଙ୍କୁ ପଚରାଉଚରା କରିଛି ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପାଟଣାର ରାଜୀବ ନାଗର ପୋଲିସ ଅଭିନେତାଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ପାଇଁ ଅଟୋରେ ସବୁଆଡେ ବୁଲିବାକୁ ପଡୁଛି । ଏହି ସମୟରେ ପାଟନା ପୋଲିସର ଟିମ୍ ଅଙ୍କିତା ଲୋଖଣ୍ଡେଙ୍କ ବାସଭବନରେ ପଚରାଉଚରା କରିଥିଲା। ଯେଉଁଠାରେ ଅଭିନେତ୍ରୀ ଜଣକ ପୋଲିସକୁ ଫେରିବା ପାଇଁ ନିଜ କାର ଦେଇଥିଲେ । ଅଙ୍କିତା ଲୋଖଣ୍ଡେଙ୍କ ଘରୁ ବିହାର ପୋଲିସର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଅଭିନେତ୍ରୀଙ୍କ କାରରେ ନଜର ଆସିଛନ୍ତି ।

ଏଥି ସହିତ ମୁମ୍ବାଇରେ ଅଟୋ ଏବଂ ଟ୍ୟାକ୍ସିରେ ଯାତ୍ରା କରୁଥିବା ରାଜୀବ ନଗର ପୋଲିସ ଷ୍ଟେସନର ପୋଲିସମାନଙ୍କ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ଚିତ୍ରଗୁଡ଼ିକ ପ୍ରକାଶ ପାଇବା ପରେ ମୁମ୍ବାଇ ପୋଲିସ ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଛି। ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି। ତାଙ୍କ ଏଫଆଇଆରରେ ଅଭିନେତାଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ।

Leave a Reply