ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରୁଛି ବିଭିନ୍ନ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବସୁଛି ତିନି ଦଳର ବିଧାୟକ ଦଳ ବୈଠକ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ତୟାର କରୁଛନ୍ତି ବିଭିନ୍ନ ପ୍ରସଙ୍ଗ । ଆଜି ଦିନ ୧୨ଟାରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ । ପିଇବା ପାଣି ସମସ୍ୟା, ଡାକ୍ତର ଓ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି, ବିଜୁଳି ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇବ ବିଜେପି ।

ସେହିପରି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ । ସେପଟେ ବିରୋଧଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିଛି ଶାସକ ଦଳ । ଏ ନେଇ ଆଜି ସନ୍ଧ୍ୟାରେ ବସୁଛି ବିଜେଡି ବିଧାୟକ ଦଳ ବୈଠକ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କୋଭିଡ ପରିସ୍ଥିତି ପାଇଁ ଏଥର ପ୍ରଶ୍ନକାଳ ସହ, ତାରକା ପ୍ରଶ୍ନୋତ୍ତର ବି ବନ୍ଦ ରହିବ ।

Leave a Reply