ଭିଡିଓ ଜାରି କରି ଚାଇନା ପ୍ରଡକ୍ଟ ବର୍ଜନ ପାଇଁ ଅପିଲ୍ କଲେ କଙ୍ଗନା, କହିଲେ ଏମିତି କଥା….

1 min read

ଚାଇନାକୁ ନେଇ ଦେଶ ମଧ୍ୟରେ ଆକ୍ରୋଶ ବଢୁଛି । ସାଧାରଣରେ ଚାଇନା ପ୍ରଡକ୍ଟକୁ ବୟେକଟ କରିବା ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ ହେଲାଣି । ଏଭଳି ସ୍ଥିତିରେ ଦେଶର ଅନେକ ସେଲିବ୍ରିଟ୍ ଚାଇନା ପ୍ରଡକ୍ଟ ନକିଣିବା ପାଇଁ ଭାରତୀୟ ଗ୍ରାହକଙ୍କୁ ଅପିଲ୍ କରୁଛନ୍ତି । ତେବେ ଏହି କ୍ରମରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ୍ । କଙ୍ଗନାଙ୍କ ସୋସିଆଲ୍ ମିଡିଆ ଟିମ୍ ତାଙ୍କର ଏକ ଭିଡିଓକୁ  ଟୁଇଟରରେ ସାର୍ବଜନୀନ କରି ଏସମ୍ୱନ୍ଧିତ ସୂଚନା ଦେଇଛନ୍ତି ।

ଉକ୍ତ ଭିଡିଓରେ କଙ୍ଗନା କହୁଛନ୍ତି ଯେ, ଯଦି ଆପଣଙ୍କ ହାତର ଗୋଟିଏ ଆଙ୍ଗୁଠିକୁ ଜଣେ କାଟିବାକୁ ଚେଷ୍ଟା କରେ ତେବେ ଆପଣଙ୍କୁ କିଭଳି ଅନୁଭବ ହେବ । ପୂର୍ବ ଲଦାଖରେ ଜମି ଅକ୍ତିଆର କରିବାକୁ ଚେଷ୍ଟା କରି ଚାଇନା ଆମକୁ ସମାନ ଧରଣର କଷ୍ଟ ଦେଇଛି । ସୀମାରେ ଗୋଟିଏ ଗୋଟିଏ ଇଞ୍ଚ୍ ବଞ୍ଚାଇବା ପ୍ରୟାସରେ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । କ’ଣ ଏହା ଭାବିବା ଠିକ ହେବ କି, କେବଳ ସେନା ଯୁଦ୍ଧ କରିବ ଓ ଏଥିରେ ଆମର କୌଣସି ଅବଦାନ ରହିବାର ଆବଶ୍ୟକତା ନାହିଁ । କ’ଣ ଆମେ ଭୁଲି ଗଲେଣି ମହାତ୍ମା ଗାନ୍ଧୀଙ୍କ ସେହି କଥା , ଇଂଗ୍ରେଜମାନଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ହେଲେ ସେମାନଙ୍କ ଦ୍ୱାରା ଉତ୍ପାଦିବ ଦ୍ରବ୍ୟକୁ ବର୍ଜନ କରିବାକୁ ପଡିବ । ଏହା କଣ ଜରୁରୀ ନୁହେଁ କି ଆମେ ସମସ୍ତେ ଏକଜୁଟ ହୋଇ ଏହି ଯୁଦ୍ଧରେ ଭାଗ ନେବା କାରଣ ଲଦାଖ କେବଳ ଏକ ସାମାନ୍ୟ ଭୂମିଖଣ୍ଡ ନୁହେଁ । ଲଦାଖ ଭାରତ ଅସ୍ମୀତାର ଏକ ବଡ ଅଂଶ ।

ସେ କହିଛନ୍ତି ଯେ ଚାଇନା ଉତ୍ପାଦନ କରୁଥିବା ଦ୍ରବ୍ୟକୁ ଆମେ ବର୍ଜନ କରିବା ଦରକାର । ଯାହାଫଳରେ ସେମାନେ ଆମଠାରୁ ନେଉଥିବା ଅର୍ଥରେ ଅସ୍ତ୍ର କିଣି ଆମ ସୈନିକଙ୍କ ଉପରେ ଆକ୍ରମଣ କରିପାରିବେ ନାହିଁ । ଆମକୁ ପ୍ରତିଜ୍ଞା କରିବାକୁ ପଡିବ ଯେ ଆମେ ଚୀନ ଉତ୍ପାଦିତ ବସ୍ତୁକୁ ବର୍ଜନ କରିବା  ଓ ଏହି ଯୁଦ୍ଧରେ ଭାଗ ନେଇ ଭାରତକୁ ଜିତାଇବା ।

Leave a Reply