ମାଛଧରା ନେଇ କଟକଣା: ମତ୍ସଜୀବୀଙ୍କ ପରିବାରକୁ ମିଳିବ କ୍ଷତିପୂରଣ

1 min read

ଭୁବନେଶ୍ୱର: ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ସମୁଦ୍ରତଟରୁ ୨୦ କିମି ପର୍ଯ୍ୟନ୍ତ ବନ୍ଦ ହେବ ମାଛଧରା । ୬୬ଟି ଶିବିର ଗଠନ କରାଯିବ ସହ ସମ୍ପୃକ୍ତ ଅଞ୍ଚଳରେ ମେ’ ୩୦ ଯାଏଁ ମାଛଧରା ବନ୍ଦ କରାଯିବ । କ୍ଷତିପୂରଣ ବାବଦକୁ ମତ୍ସଜୀବୀଙ୍କ ପରିବାରକୁ ମାସିକ ୭,୫୦୦ ଟଙ୍କା ଦିଆଯିବ । କେବଳ ପାରମ୍ପରିକ ପରିବାରକୁ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ । କଟକଣା ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିବେ । କେବଳ କଟକଣା  ଲାଗୁ ହେବା ସମୟରେ କ୍ଷତିପୂରଣ ଦିଆଯିବ ।

ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ସୂଚନା ଦେଲେ ପିସିସିଏଫ୍(ଡବ୍ଳ୍ୟୁଏଲ୍‌) ହରିଶଙ୍କର ଉପାଧ୍ୟୟ । ଆଗକୁ ଆସୁଛି ଅଲିଭ୍‌ ରିଡ୍‌ଲେଙ୍କ ପ୍ରଜନନ ଋତୁ । ଏବେଠୁ ଓଡ଼ିଶ ମୁହାଁ ହେଲେଣି ଅଲିଭ୍‌ ରିଡ୍‌ଲେ । ଏଥିପାଇଁ ଓଡ଼ିଶାର ଗହୀରମଥା,ଋଷିକୂଲ୍ୟା ମୁହାଣ ଆଦିକୁ ବ୍ୟାପକ ସଂଖ୍ୟାରେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

  ')}

Leave a Reply