ବିରୋଧ କରିବାରୁ ଟାଙ୍ଗିଆ ଚୋଟ

1 min read

ଢେଙ୍କାନାଳ: ମଦ୍ୟପ ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ ଭାଇସାନ ଭାଇ ସିକୁନକୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ରାଇବୋଲ ଗାଁରେ ବିଳମ୍ବିତ ରାତିରେ ଏ ଘଟଣା ଘଟିଛି । ସୂଚନା ଅନୁଯାୟୀ ସବୁଦିନ ଭଳି ସିକୁନ ଗତକାଲି ମଦ ପିଇ ଘରକୁ ଫେରିଥିଲା । ଗଣ୍ଡଗୋଳ କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲା ।

 

ନିଶାରେ ହୋସରେ ନଥିବା ସାନ ଭାଇକୁ ଏଥିରୁ ନିର୍ବୃତ୍ତ କରିବାରୁ ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲା ସିକୁନ । ପ୍ରାଣ ବଞ୍ଚାଇବାକୁ ଯାଇ ବଡ଼ ଭାଇ ସିକୁନକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସିକୁନର ମୁଣ୍ଡର ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।

')}

Leave a Reply