ମହିଳା ଡେପୁଟୀ କଲେକ୍ଟରଙ୍କ ଚୁଟି ଭିଡ଼ିଲେ CAA ସମର୍ଥକ

1 min read

ମଧ୍ୟପ୍ରଦେଶ: ନାଗରିକତ୍ୱ ସଂଶୋଧନ ଆଇନ ସମର୍ଥନରେ ପ୍ରଦର୍ଶନ ବେଳେ ସିଏଏ ସମର୍ଥକ ଓ ରାଜଘରର ମହିଳା ଡେପୁଟୀ କଲେକ୍ଟର ମୁହାଁମୁହିଁ । ମହିଳା ଉପ ଜିଲ୍ଲାପାଳ ପ୍ରୟା ବର୍ମାଙ୍କ ଚୁଟି ଭିଡ଼ିଲେ ପ୍ରଦର୍ଶନକାରୀ । ଘଟଣାନୁଯାୟୀ ଧାରଣାସ୍ଥଳରୁ ପ୍ରଦର୍ଶନକାରୀଙ୍କୁ ଉଠାଇବା ସହ ଜଣେ ପ୍ରଦର୍ଶନକାରୀଙ୍କୁ ଚାପୁଡ଼ା ମାରଥିଲେ ଉପ ଜିଲ୍ଲାପାଳ । ଏହାପରେ ଘଟଣାସ୍ଥଳରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଉପସ୍ଥିତ ପ୍ରଦର୍ଶନକାରୀ ଉପ ଜିଲ୍ଲାପାଳଙ୍କୁ ଘେରିଥିଲେ । ଏହା ଭିତିରେ ଜଣେ ପ୍ରଦର୍ଶନକାରୀ ମହିଳା ଉପ ଜିଲ୍ଲାପାଳଙ୍କ ଚୁଟି ଭିଡ଼ିଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିବା ସହ ଉପଜିଲ୍ଲାପାଳଙ୍କୁ ସୁରକ୍ଷା ଯୋଗାଇଥିଲେ । ତେବେ ପ୍ରଦର୍ଶନକାରୀ ବିଜେପି କର୍ମୀର ହୋଇଥିବା ସୂଚନା ରହିଛି ।

ଅପରପକ୍ଷରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ମହିଳା ଉପ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଇନର କେଉଁ ବହିରେ ଆପଣଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ପିଟିବା ଓ ଘୋଷାଡିବାର ଅଧିକାରୀ ମିଳିଥିବା ପଢ଼ିଛନ୍ତି ବୋଲି ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି ଶିବରାଜ ।

 

 

Leave a Reply