ଶିରିଡ଼ି ବିବାଦକୁ ତେଜିଲା ଉଦ୍ଧବଙ୍କ ବୟାନ, ଜନ୍ମ ସ୍ଥାନକୁ ନେଇ ଉଠିଲା ପ୍ରଶ୍ନ

ମହାରାଷ୍ଟ୍ର: ଶିରିଡ଼ି ସାଇଙ୍କ ଜନ୍ମଭୂମିକୁ ନେଇ ତେଜିଲା ବିବାଦ । ପ୍ରତିବାଦରେ କାଲିଠୁ ଶିରିଡ଼ି ବନ୍ଦ ଡାକରା ଦିଆଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ସହ ଏହାର ବିକାଶ ପାଇଁ ୧୦୦କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ ଉଦ୍ଧବ । ତେବେ ଉଦ୍ଧବଙ୍କ ବୟାନକୁ ନେଇ ଶିରିଡ଼ିରେ ଅସନ୍ତୋଷ ଦେଖାଦେଇଛି । ସାଇଙ୍କ ଜନ୍ମକୁ ନେଇ ସ୍ପଷ୍ଟ ତଥ୍ୟ ନାହିଁ । ତେବେ ସାଇଙ୍କୁ ନେଇ ରହିଛି ଶିରିଡ଼ିର ପରିଚୟ । ବିକାଶକୁ ନେଇ ସମସ୍ୟା ନାହିଁ ଓ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ଠିକ୍‌ ନୁହେଁ ବୋଲି ଶିରିଡ଼ିବାସୀ କହିଛନ୍ତି । ଆଗରୁ ମଧ୍ୟ ସାଇଙ୍କ ବାପା ମାଙ୍କୁ ନେଇ ବିବାଦ ଦେଖାଦେଇଥିଲା ।

Image result for shirdi sai mandir

ତେବେ ଉଦ୍ଧବଙ୍କ ବୟାନ ପ୍ରତିବାଦରେ କାଲିଠୁ ଶିରିଡି ବନ୍ଦ ଡାକରା ଦିଆଯାଇଛି । ବିବାଦ ଶାନ୍ତ କରିବା ପାଇଁ ମହାରାଷ୍ଟ୍ର ବିଧାନ ପରିଷଦ ଉପସଭାପତି ତଥା ଶିବସେନା ନେତା ନିଲମ ଗୋର୍ହେ ଶିରିଡ଼ି ଯାଇ ବନ୍ଦ ନକରିବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଖୁବ୍‌ ଶୀଘ୍ର ଏନେଇ ଶିରିଡି ଲୋକଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ଜୋରଧରିଛି ।

Image result for shirdi sai mandir

ବିଜେପି ସାଂସଦ ସୁଜୟ ବିଖେ ପାଟିଲ ଆଇନଗତ ଲଢେଇ ଲଢିବାକୁ ଚେତାବନୀ ଦେଇଛନ୍ତି । ସେପଟେ ସାଇବାବାଙ୍କ ଜନ୍ମ ପାଥରୀରେ ହୋଇଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛନ୍ତି ଏନ୍‌ସିପି ନେତା ଦୁର୍ଯ୍ୟାନୀ ଅବ୍‌ଦୁଲ୍ଲା ଖାନ୍‌ । ଶିରିଡ଼ି ସାଇଙ୍କ କର୍ମଭୂମି ଓ ପଥରୀ ଜନ୍ମଭୂମି ଉଭୟ ସ୍ଥାନର ନିଜସ୍ୱ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି।

Leave a Reply