କରୋନା ଭାଇରସରୁ ରକ୍ଷା ପାଇବାକୁ ହେଲେ ଛାଡ଼ନ୍ତୁ ଏହି ୫ ଅଭ୍ୟାସ

1 min read

ନୂଆଦିଲ୍ଲୀ: ଇମ୍ୟୁନିଟି ପାୱାର କମ୍ ଥିଲେ କରୋନା ଶୀଘ୍ର ଆପଣଙ୍କୁ ତାର ଶିକାର କରିବ । ପ୍ରଥମରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏ କଥା କହି ଆସୁଛନ୍ତି । ଖରାପ ସ୍ୱାସ୍ଥ୍ୟ ପାଇଁ ବା ଇମ୍ୟୁନିଟି ପାୱାର ଦୁର୍ବଳ ପାଇଁ ଲୋକ ଖାଇବା-ପିଇବାକୁ ଦାୟୀ କରିଥାନ୍ତି । କିନ୍ତୁ, ଏହା ବାଦ୍ ଆପଣଙ୍କ କିଛି ଖରାପ ଅଭ୍ୟାସ ପାଇଁ ଇମ୍ୟୁନିଟି ସିଷ୍ଟମ ଖରାପ ହେବାରେ ଲାଗିଛି । ଆସନ୍ତୁ ଜାଣିବା ସେ ସବୁ କଣ ?…

୧) କର୍ମଜୀବୀ ମାନେ ଅଫିସରେ ଚିନ୍ତାଗ୍ରସ୍ତ ହୋଇ କାମ କରନ୍ତି । ଯେଉଁଥିପାଇଁ ବିରକ୍ତି ଲାଗିବା ସହ ଥରେ ଥରେ ଉତ୍ତେଜିତ ଲାଗେ । ଏହାଯୋଗୁଁ ଆପଣଙ୍କ ଶରୀରରୁ କାର୍ଟିସୋଲ ନାମକ ଷ୍ଟେରାର୍ଡ ହରମୋନ୍ ବାହାରିଯାଏ । ଯାହା ଆପଣଙ୍କୁ ଇମ୍ୟୁନିଟି ସିଷ୍ଟମ୍ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

୨) ଛୁଟି ଦିନ କିମ୍ବା ଅନ୍ୟ କିଛି ସମୟରେ କାମ ନଥିଲେ ଲୋକ ଦିନସାରା ବିଛଣାରେ ପଡ଼ି ରହନ୍ତି । ଅଥବା ଚୌକିରେ ବସି ରହନ୍ତି । ଏହି ଖରାପ ଅଭ୍ୟାସ ଆପଣଙ୍କ ଶାରିରୀକ ଅଭ୍ୟାସକୁ ଶୂନ୍ କରି ଦେଇଥାଏ । ଯାହାର ସିଧା ସଳଖ ପ୍ରଭାବ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍ ଉପରେ ପଡ଼ିଥାଏ ।

୩) ଲକଡାଉନ ଚାଲିଥିବାରୁ ଅଧିକାଂଶ ଲୋକ ନିଜ ସମୟକୁ ବିଭିନ୍ନ ସୋସିଆଲ୍ ନେଟୱାର୍କ ସାଇଟ୍ କିମ୍ବା ଆମାଜନ୍ ପ୍ରାଇମ୍ ଓ ନେଟଫ୍ଲିକ୍ସ ଭଳି ଭିଡିଓ ଦେଖି ସମୟ କାଟୁଛନ୍ତି । ଏହା ଫଳରେ ଆପଣଙ୍କୁ ଠିକ୍ ଭାବରେ ନିଦ ଲାଗୁନାହିଁ । ତେବେ, ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ପ୍ରତି ବିପଦ ।

୪) ଧୂମ୍ରପାନ ଯୋଗୁଁ ଯେ କେବଳ ହୃତପିଣ୍ଡ ଖରାପ ହୁଏ ନାହିଁ ବରଂ ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଏହା ଦୁର୍ବଳ କରିଦିଏ । ଏଥପାଇଁ ଆପଣ ଏହି ଖରାପ ଅଭ୍ୟାସକୁ ଯେତେ ଜଲଦି ସମ୍ଭବ ଛାଡ଼ି ଦିଅନ୍ତୁ ।

୫) ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାରିତ ହେଉଛି ମଦ ପିଇଲେ କରୋନା ପ୍ରକୋପରୁ ବଞ୍ଚି ରହିବେ । କିନ୍ତୁ, ମଦ୍ୟପାନ କରୁଥିବା ଲୋକଙ୍କୁ ସବୁଠୁ ଅଧିକ ଚିନ୍ତା କରିବାକୁ ପଡ଼ିବ । କାରଣ ମଦ ପିଉଥିବା ଲୋକମାନଙ୍କ ଇମ୍ୟୁନିଟି ସିଷ୍ଟମ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖରାପ ହୋଇଥାଏ ।

Leave a Reply