କରୋନା ବୃଦ୍ଧିରେ ବ୍ରେକ୍‌ ଲଗାଇବା ପାଇଁ ସିଲ୍‌ ହେଲା ୪ ସୀମା, ଜାଣନ୍ତୁ କେଉଁ ଜିଲ୍ଲା ସୀମା ସିଲ

1 min read

ଭୁବନେଶ୍ୱର: ଜୁଲାଇରେ କରୋନାର ଉଗ୍ରରୂପ । ଉପାନ୍ତରୁ ଉପକୂଳ ସୁବଠି ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଞ୍ଜାମରେ ସୁବୁଠୁ ଅଧିକା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟସରକାର । ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ଗଞ୍ଜାମରୁ କେହି ଭୁବନେଶ୍ୱର କି ଭୁବନେଶ୍ୱରରୁ କେହି ଗଞ୍ଜାମ ଯାଇପାରିବେ ନାହିଁ । ଲୋକଙ୍କୁ ସହଯୋଗ କରିବାକୁ ଟ୍ୱିଟ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏଥିପାଇଁ ସୀମାରେ ୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଗଂଜାମ ଏସପି ସ୍ଥିତି ସମୀକ୍ଷା କରିଛନ୍ତି  । କେବଳ ସିଡିଏମଓଙ୍କ ଅନୁମତି ପାଇଥିବା ଆମ୍ବୁଲାନ୍ସ ଛଡ଼ାଯାଉଛି । ତେବେ ଆସନ୍ତାକାଲିଠୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନ ସଟ୍‌ଡାଉନ ରହିବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ ହେଡକ୍ୱାର୍ଟର୍ସ ଓ ୧୬ ଏନଏସି ସଂପୂର୍ଣ୍ଣ ସଟଡାଉନ୍ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏପଟେ ଖୋଦ୍ଧା ଜିଲ୍ଲା ପ୍ରଶାସନ ବି ଆଗୁଆ ପଦକ୍ଷେପ ଗ୍ରହଣ କରିଛି  । ଗଞ୍ଜାମ ଓ ଖୋର୍ଦ୍ଧା ସୀମା ସିଲ୍ କରିଛି ପ୍ରଶାସନ  । ଖୋର୍ଦ୍ଧା ପୋଲିସ ତରଫରୁ ୨ଟି ସ୍ଥାନରେ ଚେକିଂ କରାଯାଇଛି । ୨ଜଣ ମାଜିଷ୍ଟ୍ରେଟ୍ ମୁତୟନ ହୋଇଛନ୍ତି । ଗଞ୍ଜାମ ପଟରୁ ଆସୁଥିବା ବା ଗଞ୍ଜାମ ପଟକୁ ଯାଉଥିବା ଗାଡି ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ପୋଲିସ  । ସୀମାରେ ତିଖ୍ଣ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ  ।

ଭୁବନେଶ୍ୱରରେ ବି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି  । RTO -୧ ପରେ ଆଜି RTO-୨ ସିଲ୍ କରାଯାଇଛି  । ଗତ କିଛି ଦିନ ତଳେ RTO-୧ରୁ ଅତିରିକ୍ତ RTO, ଜୁନିୟର MVI ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଆରଟିଓ-୧ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ ଆରଟିଓ-୨ର କିଛି କର୍ମଚାରୀ । ଫଳରେ ଏବେ RTO -୨ କୁ ସିଲ୍ କରାଯାଇଛି  । ଏବେ ତିନିଦିନ ପାଇଁ RTO-୨ ବନ୍ଦ ରହିବ । ଗତକାଲି କଟକ ରୋଡ ଆଇସିଆଇସିଆଇ ବ୍ରାଞ୍ଚ ଏବଂ ଶ୍ରୀୟା ଛକ ମେନ୍ ଶାଖା, ନଖରା ସ୍ଥିତ ଗତି ଗୋଦାମରୁ ପଜିଟିଭ ଚିହ୍ନଟ ପରେ ସିଲ କରିଛି ବିଏମ୍ସି  ।

ଅନ୍ୟପଟେ ନିଜ ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ତତ୍ପର ହୋଇ ଉଠିଛି ନୟାଗଡା ଜିଲ୍ଲା ପ୍ରଶାସନ । ଗଞ୍ଜାମ ସୀମା ନିକଟ ଓଡ଼ଗାଁ ଅଞ୍ଚଳରେ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୟାଗଡ ସୀମା ସିଲ୍ କରାଯାଇଛି  । ସୀମା ଦେଇ ଜିଲ୍ଲାକୁ ପ୍ରବେଶ କରୁଥିବା ଗାଡି ଗୁଡିକୁ କଡା କଡି ଯାଞ୍ଚ କରାଯାଉଛି  । ସେହିଭଳି ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ ପୁରୀ ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ସୀମାକୁ ସିଲ୍ କରିଛି ପ୍ରଶାସନ । ଅତ୍ୟାବଶ୍ୟକ ନଥିଲେ ଜିଲ୍ଲାରେ କେହି ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରି କରିଛି ପ୍ରଶାସନ । ଜିଲ୍ଲା ବାସୀଙ୍କୁ ବି ଅତି ଜରୁରୀ ନଥିଲେ ଅନ୍ୟ ଜିଲ୍ଲାକୁ ଜିବାକୁ ବାରଣ କରିଛି ପ୍ରଶାସନ । ପିପିଲି ଟୋଲଗେଟ୍ ନିକଟରେ ପୋଲିସ ମୁତୟନ କରାଯାଇ ଯାଞ୍ଚ କଡାକଡି କରାଯାଇଛି । ଗତକାଲିଠୁ ଅନ୍ୟ ଜିଲ୍ଲାର ଶବକୁ ସ୍ୱର୍ଗ ଦ୍ୱାରରେ ଦାହ ପାଇଁ ବି ମନା କରିଛି ପ୍ରଶାସନ ।

Leave a Reply