୩ ଦିନ ପାଇଁ ବରଗଡ଼ ସଟଡାଉନ କଲେ ଜିଲ୍ଲା ପ୍ରଶାସନ

ବରଗଡ଼: କରୋନା ସଂକ୍ରମଣ ବଢ଼ୁଥିବାକୁ ଆଖି ଆଗରେ ରଖି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ  ଆସନ୍ତା ୧ ଅଗଷ୍ଟ ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି ।  ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସଟଡାଉନ ଘୋଷଣା କରିଛନ୍ତି ।

କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ କରାଯାଉଛି । ଭଦ୍ରକ ଜିଲ୍ଲା କୁ ୨ ଦିନ ବା ୪୮ ଘଣ୍ଟା ବନ୍ଦ ଘୋଷଣା କରାଯାଇଛି । ଜୁଲାଇ ମାସରେ  ଶନିବାର ଓ ରବିବାର ଦିନକୁ ସଟଡାଉନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ।  ତେବେ ଜିଲ୍ଲା ରେ କରୋନା ସଂକ୍ରମିତ ଙ୍କ ମଧ୍ୟରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ଜିଲ୍ଲା ସମ୍ପୂର୍ଣ ସଟଡାଉନ ରହିବ । ଏହି ସମୟସୀମା ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବାକୁ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନଫୋର୍ସମେଣ୍ଟକୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବଲାଙ୍ଗିରରେ ୪ଶହ ଟପିଛି କରୋନା ସଂକ୍ରମିତ ସଂଖ୍ୟା । ସଂକ୍ରମଣ ରୋକିବାକୁ ଆଜି ଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ବଲାଙ୍ଗୀର ସଟଡାଉନ ଘୋଷଣା  କରାଯାଇଛି । ଜରୁରୀ କାଳୀନ ସେବାକୁ ଛାଡି ସଟଡାଉନ୍ ବେଳେ ସବୁ ବନ୍ଦ ରହିବ ।

ସହରରେ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ସଚେତନ କରିଛି । ଏହି ସମୟରେ ଜିଲ୍ଲାରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି କରାଯାଇଛି ।

Leave a Reply