ରାଜଧାନୀରୁ ଦିନକରେ ୧୬ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ୁଛି ରାଜଧାନୀରେ । ଆଜି ରାଜଧାନୀରେ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ଟି କେସ୍ ହେଉଛି ହୋମ୍ କ୍ୱାରେଣ୍ଟାଇନ୍ । ଅବଶିଷ୍ଟ ୧୪ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ହୋମ୍ କ୍ୱାରେଣ୍ଟାଇନରେ ଥିବା ଯଦୁପୁରର ୩୫ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ କୋଲକାତାରୁ ଫେରିଥିଲେ । ସେହିଭଳି ହୋମ୍ କ୍ୱାରେଣ୍ଟାଇନରେ ଥିବା ୟୁନିଟ୍-୮ ଡେଲଟା କଲୋନୀର ୨୧ ବର୍ଷିଆ ଯୁବତୀ ସଂକ୍ରମିତ ହୋଇଛନ୍ତି । ସେ ନିକଟରେ ବିଜୟୱାଡ଼ାରୁ ଫେରିଥିଲେ ।

ସୁନ୍ଦରପଦା ଅଭିରାମ ବସ୍ତିରୁ ୫୦ ବର୍ଷିଆ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଲ୍ଡ ଟାଉନ୍ ମହତାବା ରୋଡର ୬୦ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି । ଏକ ଘରୋଇ ହସ୍ପିଟାଲର ୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ବରମୁଣ୍ଡା ବିଡିଏ କଲୋନୀର ୨୨ ଓ ୨୪ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଝାରପଡ଼ା ଜେଲ ନିକଟରେ ୪୭ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି ।

ରାଜଧାନୀ ଭୁବନେଶ୍ୱରରେ ଏଯାବତ୍ ୨୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜଧାନୀରେ ୧୩୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । କୋଭିଡ୍ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂକ୍ରମଣ ରୋକିବାକୁ ବିଏମସି ପଦକ୍ଷେପ ନେବା ସହ ୱାର୍ଡ ସ୍ତରରେ କମିଟି ଗଠନ କରିଛି । ଏଥିସହ ହଟସ୍ପଟ୍ ଜିଲ୍ଲାରୁ ରାଜଧାନୀ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ନେଇ ବିଏମସି ନିର୍ଦ୍ଦେଶ ଦେଇଛି ।

ବିଏମସି ଫୋକସରେ ବସ୍ତି, ହଟସ୍ପଟ ଜିଲ୍ଲାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ

Leave a Reply