ଘରେ କାହିଁକି ରଖନ୍ତି ବଂଶୀ ? ଜାଣନ୍ତୁ

ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ। ଘରେ ବଂଶୀ ରଖିବା ଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସଦ୍ଭାବନା ବଢାଇଥାଏ। ଘରେ ବଂଶୀ ରଖି ଆପଣ ନିଜ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ଘରେ ବଂଶୀ ରଖିବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ।
ବ୍ୟବସାୟରେ ଉନ୍ନତି: ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏକ କାଠ ନିର୍ମିତ ବଂଶୀକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପୂଜା କରି ଦୋକାନ କିମ୍ବା ଅଫିସ୍ର ଛାତ ଉପରେ ଟାଙ୍ଗି ଦିଅନ୍ତୁ ।
ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍ରୁମ୍ର ଛାତରେ ବିମ୍ ଅଛି କି ନାହିଁ। ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍ର ଦୁଇ ପାର୍ଶ୍ୱରେ ଲାଲ୍ ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ। ମନେ ରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ୍ ଆଡ଼କୁ ରହିବ।
ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ। ଏହା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ।
ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।
ଯଦି କୌଣସି ଯୁବତୀଙ୍କର ବାହାଘର ବାରମ୍ବାର ଭାଙ୍ଗିଯାଉଥାଏ ବା ବାହାଘର ହେବାରେ ବିଳମ୍ବ ହୋଇଥାଏ ତେବେ ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍ ରଙ୍ଗର ବଂଶୀ ରଖନ୍ତୁ। ଖୁବ୍ ଶୀଘ୍ର ମନ ପସନ୍ଦର ଜୀବନ ସାଥୀ ମିଳିବେ।