ଘୁଞ୍ଚିବନି K.G.F: Chapter 2ର ରିଲିଜ୍ ତାରିଖ, ୟଶଙ୍କ ଜନ୍ମଦିନରେ ଶେୟାର କଲେ ନୂଆ ପୋଷ୍ଟର

1 min read

ମୁମ୍ବାଇ: ଆଜି କନ୍ନଡ ସୁପରଷ୍ଟାର ୟଶଙ୍କ ୩୬ତମ ଜନ୍ମଦିନ । ୟଶ ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ୟଶ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର K.G.F: Chapter 2ର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ଫିଲ୍ମକୁ ବହୁ ଦିନ ହେବ ଫ୍ୟାନମାନେ ଅପେକ୍ଷା କରିଛନ୍ତି । ଚଳଚ୍ଚିତ୍ରର ନୂଆ ପୋଷ୍ଟର ରିଲିଜ୍ କରି ପ୍ରତିଶୃତି ଦେଇଛନ୍ତି କି ଏହି ଫିଲ୍ମ ୨୦୨୨ ଏପ୍ରିଲରେ ରିଲିଜ୍ ହେବ । ଅର୍ଥାତ ଏହି ଫିଲ୍ମର ରିଲିଜ୍ ତାରିଖ ଆଉ ଘୁଞ୍ଚିବନି ।

 

ଗତ ବର୍ଷ ସୁପରଷ୍ଟାର ୟଶଙ୍କ ଜନ୍ମଦିନରେ ’K.G.F: Chapter 2’ର ନିର୍ମାତା ଏହି ଫିଲ୍ମର ଟିଜର ରିଲିଜ୍ କରିଥିଲେ । ୟଶଙ୍କ ପ୍ରଶଂସକଙ୍କ ଅନୁରୋଧ ପରେ ଏହି ଟିଜର ରିଲିଜ୍ ହୋଇଥିଲା । ’K.G.F: Chapter 2’ର ୨୦୧୮ରେ ରିଲିଜ୍ ହୋଇଥିବା K.G.F ସିକ୍ୱେଲ ଅଟେ । K.G.Fରେ ୟଶ ରକି ଭାଇ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ୟଶଙ୍କ ସହ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ସହ ଅନ୍ୟ ଏକଟର୍ସ ଅଛନ୍ତି । ଏହି ଫିଲ୍ମକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି ।

Leave a Reply