ୟୁକ୍ରେନରୁ ନବୀନଙ୍କ ଶବ ଆଣିବାକୁ ନେଇ ଏମିତି ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ନେତା

ବାଙ୍ଗାଲୁରୁ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତର ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ସେମାନଙ୍କୁ ସ୍ୱଦେଶ ଆଣିବାକୁ ଚାଲିଛି ଅହରହ ପ୍ରୟାସ ।  ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ଶବ ଅଣାଯିବାରେ ହେଉଥିବା ବିଳମ୍ବ ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇ ‘ବିଜେପି’ ବିଧାୟକ ଅରବିନ୍ଦ ବେଲ୍ଲାଡ଼ ସମାଲୋଚନାର ଶିକାର ହୋଇଛନ୍ତି ।

ଜନ୍ମମାଟି ହାବେରିକୁ ନବୀନଙ୍କ ଶବ ଫେରାଇ ଅଣାଯିବାର ଅନିଶ୍ଚିତତା ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ବିମାନରେ ଶବ ଆଣିବାକୁ ଯେତିକି ଜାଗା ଆବଶ୍ୟକ ସେତିକି ଜାଗାରେ ୧୦ଜଣ ବସି ପାରିବେ ବୋଲି ସେ କହିଥିଲେ। ତାଙ୍କ ଭା‌ଷାରେ, ଲୋକମାନଙ୍କୁ ଆଣିବା ତ କଷ୍ଟକର। ଶବ ଆଣିବା ତା’ଠାରୁ କଷ୍ଟକର। ସେହି ବିମାନରେ ଶବ ଆଣିବାରେ ଯେତିକି ଜାଗା ଲାଗିବ ସେତିକି ଜାଗାରେ ୮ରୁ୧୦ଜଣ ଲୋକ ବସିକି ଆସିପାରିବେ । ଏଭଳି ଅସୁବିଧା ଥିବାରୁ ଶବ ଅଣାଯିବାରେ ବିଳମ୍ବ ଘଟୁଛି।

Russia Ukraine War One Indian Student Dead In Kharkiv

ସେ ଆହୁରି ମଧ୍ୟ କହିଛନ୍ତି, ନବୀନଙ୍କ ମରଶରୀର ଆଣିବାକୁ ସରକାର ଯଥେଷ୍ଟ ଉଦ୍ୟମ ଚଳାଇଛନ୍ତି। ୟୁକ୍ରେନ୍‌ ‘ୱାର୍‌ ଜୋନ୍‌’ ବୋଲି ସମସ୍ତେ ଜାଣିଛନ୍ତି। ଉଦ୍ୟମ ଚାଲିଛି, ଯଦି ସମ୍ଭବ ହୁଏ ଶବ ଫେରାଇ ଅଣାଯିବ। ସୂଚନାଯୋଗ୍ୟ, ଭାରତରୁ ଯାଇ ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ଛାତ୍ର ନବୀନ ଶେଖରପ୍ପା ଯୁଦ୍ଧ ସମୟରେ ଖାର୍କିଭ୍‌ ସହରର ବଙ୍କର୍‌ ଭିତରୁ ଖାଇବାକୁ ଆଣିବାକୁ ବାହାରକୁ ଯାଇ ପ୍ରାଣ ହରାଇଥିଲେ।

ଏନେଇ ନବୀନଙ୍କ ଜଣେ ସାଙ୍ଗ କହିଛନ୍ତି, କିଛି ଖାଦ୍ୟ କିଣିବା ପାଇଁ ନବୀନ ବଙ୍କର୍‌ ବାହାରକୁ ଯାଇଥିଲେ। ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। ସେତେବେଳେ ଆମେ ଶୋଇଥିଲୁ। ବାହାରକୁ ଯିବା ପୂର୍ବରୁ ସେ ଆମକୁ କିଛି ଜଣାଇ ନ ଥିଲା।

Leave a Reply