୧୯୬୨ ପରେ ଏମିତି ସୂର୍ଯ୍ୟପରାଗ, ଜ୍ୟୋତିଷ ଶାସ୍ତ୍ରରେ ପ୍ରାକୃତିକ ବିନାଶ ଓ ଯୁଦ୍ଧର ସଙ୍କେତ

ଆଜି ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ଘଟଣାକୁ ନେଇ ଜ୍ୟୋତିର୍ବିତମାନେ ବିଭିନ୍ନ ଆଶା ଆଶଙ୍କା ଦର୍ଶାଇଛନ୍ତି । ସେମାନେ କହିଛନ୍ତି ଏଭଳି ସୂର୍ଯ୍ୟ ପରାଗ ବହୁବର୍ଷ ପୂର୍ବେ ୧୯୬୨ ମସିହାରେ ହୋଇଥିଲା । ସେ ସମୟରେ ମଧ୍ୟ ଗୋଟିଏ ପରେ ଗୋଟିଏ ତିନୋଟି ଗ୍ରହଣ ଲାଗିଥିଲା । କିଛି ଏମିତି ଏଥରକ ମଧ୍ୟ ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ସମୟରେ ଗ୍ରହ ଓ ନକ୍ଷତ୍ରର ଏପରି ଏକ ବିରଳ ସଂଯୋଗ ହେବାକୁ ଯାଉଛି ଯାହା ଗତ ୫୦୦ ବର୍ଷ ମଧ୍ୟରେ ହୋଇନଥିଲା।

ଗ୍ରହ ନକ୍ଷତ୍ରଗୁଡିକର ଏଭଳି ସଂଯୋଗ ହେତୁ ବିଶ୍ୱରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବ । ଏହାକାରଣରୁ ଏମିତି ଏକ ପ୍ରାକୃତିକ ବିପର୍ଯ୍ୟୟ ଆସିବ, ଯାହା ସମଗ୍ର ବିଶ୍ୱ ପାଇଁ ବିପଦ ଜନକ ହେବ ।

ସୂର୍ଯ୍ୟ ପରାଗ ସମୟରେ ଗ୍ରହ ସଂଯୋଗ ଠିକ୍ ରହିବ ନାହିଁ

ଜ୍ୟୋତିଷମାନେ ଏହା ମଧ୍ୟ କହିଛନ୍ତି ଯେ, ଗ୍ରହ ନକ୍ଷତ୍ରଗୁଡିକର ସମ୍ପୂର୍ଣ୍ଣ ଅବସ୍ଥା ଭୟାନକ ରହିବ , ଏବଂ ଏଥିପାଇଁ ହିଁ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ସମୟରେ ଗ୍ରହମାନଙ୍କର ସମକକ୍ଷତା ଫଳପ୍ରଦ ହେବନାହିଁ । ଏହାର ପ୍ରଭାବ ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପ, ସାମରିକ ସଂଘର୍ଷ କିମ୍ବା ଯୁଦ୍ଧର କାରଣ ହୋଇପାରେ ବୋଲି ଜ୍ୟୋତିଷମାନେ ଆଶା ଆଶଙ୍କା କରିଛନ୍ତି ।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ୧୯୬୨ ମସିହାରେ ଗ୍ରହ ନକ୍ଷତ୍ରମାନଙ୍କ ଠିକ୍ ଏଭଳି ହିଁ ସ୍ଥିତିରେ ଥିଲେ । ଏବେ ୫ ଜୁନରେ ଚନ୍ଦ୍ରଗ୍ରହଣ ହୋଇସାରିଛି । ଏବଂ ଦ୍ୱିତୀୟ ସୂର୍ଯ୍ୟ ପରାଗ ଆଜି ଲାଗିଛି । ଏହା ପରେ ଜୁଲାଇରେ ମଧ୍ୟ ଗ୍ରହଣ ଲାଗିବାକୁ ଯାଉଛି । ଏହାପୂର୍ବରୁ ୧୯୬୨ମସିହାରେ ଏମିତି ହିଁ ସଂଯୋଗ ହୋଇଥିଲା ଏବଂ କ୍ରମାଗତ ତିନିଥର ଗ୍ରହଣ ଲାଗିଥିଲା ।

୫୮ ବର୍ଷ ପରେ ୧୮୬୨ ଭଳି ଆଜି ଏହି ଗ୍ରହଣ ଲାଗିଛି

୫୮ ବର୍ଷ ପୂର୍ବେ ୧୯୬୨ ମସିହାରେ ଜୁଲାଇ ୧୭ ରେ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଜୁଲାଇ ୩୧ରେ ସୂର୍ଯ୍ୟ ପରାଗ ଏବଂ ଅଗଷ୍ଟ୧୫ରେ ପୁଣି ମଧ୍ୟ ଚନ୍ଦ୍ରଗ୍ରହଣ ହୋଇଥିଲା ।୧୯୬୨ ହିଁ ସେହି ମସିହା ଯେତେବେଳେ ଚୀନ୍ ଧୋକାରେ ଭାରତ ଉପରେ ଆକ୍ରମଣ କରିଥିଲା ​​ଏବଂ ଏଥର ମଧ୍ୟ ଲଦାଖର ଗଲବାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଛି । ଜ୍ୟୋତିର୍ବିତମାନେ ଆଶଙ୍କା ଦର୍ଶାଇଛନ୍ତି ଯେ, ମଧ୍ୟ ଜୁଲାଇ ୭ ପୂର୍ବରୁ ଭାରତ ଚୀନ୍ ବିରୋଧରେ ଏକ ବଡ ପଦକ୍ଷେପ ନେବ ଏବଂ ଏହାସହ ଅଧିକ ଦେଶ ଭାରତ ସପକ୍ଷରେ ରହିବେ । ତେଣୁ ଯଦିଏ ଏହା ବଡ ଯୁଦ୍ଧ ସମ୍ଭାବନା ରଖେ ନାହିଁ  କିନ୍ତୁ ଗୋଟିଏ ଛୋଟ ଯୁଦ୍ଧ ହେବାର ସମସ୍ତ ସମ୍ଭାବନା ଅଛି ।

କେବଳ ସେତିକି ନୁହେଁ ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ସୂର୍ଯ୍ୟ ପରାଗର ଫଳ ଭଲ ନୁହେଁ ।  ଏବଂ ଏହି ସମୟକୁ ଦେଶ ଜଗତ ପାଇଁ ରୋଗ ଏବଂ ମହାମାରୀର ଚରମ ସୀମା କୁହାଯାଇପାରେ ।

Leave a Reply