ବିଭିନ୍ନ ଜିଲ୍ଲା ଓ ସହରରେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ୨୨ ଆଇଏଏସ୍‌ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ ଆଇଏଏସଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ଭୁବନେଶ୍ୱର ସହର ପାଇଁ ଅନୁ ଗର୍ଗ, ଏନ୍. ତିରୁମାଲା ନାୟକଙ୍କୁ ଦାୟିତ୍ୱ । ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତ । କଟକ ସହର ଓ କଟକ ଗ୍ରାମାଞ୍ଚଳ ଦାୟିତ୍ୱରେ ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର, ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ୱରେ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି । ଗଞ୍ଜାମ ଓ ଗଜପତି ଦାୟିତ୍ୱରେ ଜି. ମାଥିଭାତନାନ୍‌ ଓ ଡ. କ୍ରିଷନ କୁମାର । ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଦାୟିତ୍ୱରେ ହେମନ୍ତ ଶର୍ମା, ଡ. ସୁରେଶ ଚନ୍ଦ୍ର ଦଳେଇ । ଅନୁଗୁଳୁ , ଦେବଗଡ଼ ଓ ଢ଼େଙ୍କାନାଳ ଦାୟିତ୍ୱରେ ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ । ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡ଼ା ଦାୟିତ୍ୱରେ ସୁଶୀଳ କୁମାର ଲୋହାନି, ବେଣୁଧର ବେହେରା । କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ର । କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁର ଦାୟିତ୍ୱରରେ ରହିବେ ଭି.ଭି  ଯାଦବ, ରାସିଦ ଖାନ୍‌ । ନୟାଗଡ଼, ପୁରୀ, କଟକ ଗ୍ରାମାଞ୍ଚଳ, ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ଅନିଲ କୁମାର ସାମଲ । ସମ୍ୱଲପୁର, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟିତ୍ୱରେ ନିରଞ୍ଜନ ସାହୁ ।

Leave a Reply