ଫିଲ୍ମର ପ୍ରମୋସନ୍ ପାଇଁ ଚରଖା ଚଳାଇଲେ ସଲମାନ

1 min read

ଅହମଦାବାଦ : ବଲିଉଡ ଷ୍ଟାର୍ ଫିଲ୍ମ କରିବା ପରେ ଏହାର ପ୍ରମୋସନ୍ ପାଇଁ ଭିନ୍ନ ଭିନ୍ନ ରିଏଲିଟି ସୋରେ ଯୋଗ ଦେଇଥାନ୍ତି । ବିଭିନ୍ନ ଡ୍ୟାନ୍ସ ସୋ, ମ୍ୟୁଜିକ୍ ସୋ, କମେଡି ସୋ ଆଦିରେ ଷ୍ଟାରମାନଙ୍କୁ ନିଜ ଫିଲ୍ମ ପ୍ରମୋସନ କରିଥିବା ଦେଖିଥିବେ । ମାତ୍ର ଫ୍ଲିଲ୍ମ ପ୍ରମୋସନ ପାଇଁ ଷ୍ଟାର୍ ଚରଖା ଚଳାଉଥିବା କଥା ଶୁଣିଛନ୍ତି କି ? ନିଜ ଫିଲ୍ମ ପାଇଁ ଏଭଳି ଏକ ୟୁନିକ୍ ପ୍ରମୋସନ କରିଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ୍ ।

ନିକଟରେ ରିଲିଜ୍ ହୋଇଥିବା ତାଙ୍କ ନୂଆ ଫିଲ୍ମ ‘ଅନ୍ତିମ’ ରିଲିଜ୍ ହୋଇଥିବା ବେଳେ ଧିରେ ଧିରେ ଏହା ଲୋକଙ୍କୁ ପସନ୍ଦ ଆସୁଥିବାର ଦେଖାଯାଉଛି । ଏହି ଫିଲ୍ମକୁ ସଲମାନଙ୍କ ପ୍ରଶଂସକ ମଧ୍ୟ ପ୍ରଶଂସା କରିଥିବା ଦେଖାଯାଉଛି । ଏହି ଫିଲ୍ମର ପ୍ରମୋସନ ପାଇଁ ସଲମାନ ଅହମଦାବାଦସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ପହଁଞ୍ଚିଥିଲେ । କେବଳ ଏତିକି ନୁହେଁ ଏଠାରେ ଗାନ୍ଧୀଙ୍କ ଚରଖା ମଧ୍ୟ ଟାଣିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜର ୟୁନିକ୍ ଲୁକ୍ ଆଉ ୟୁନିକ୍ ଡ୍ୟାନ୍ସ ପାଇଁ ସେ ସବୁବେଳେ ଚର୍ଚ୍ଚାରେ । ବଲିଉଡରେ ଦବଙ୍ଗ, ଦବଙ୍ଗ-୨, ଟାଇଗର ଜିନ୍ଦା ହେ, ବଜରଙ୍ଗୀ ଭାଇଜାନ୍, କିକ୍ ଭଳି ଅନେକ ହିଟ୍ ଚଳଚ୍ଚିତ୍ର ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏବେ ତାଙ୍କ ଅଭିନିତ ଚଳଚ୍ଚିତ୍ର ‘ଅନ୍ତିମ’ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି ।

Leave a Reply