୫୦ ହଜାର ବର୍ଷ ପରେ ଆଜି ବିଳମ୍ବିତ ରାତିରେ ଦୃଶ୍ୟମାନ ହେବ ବିରଳ ଧୂମକେତୁ

1 min read

ନନ୍ଦିଘୋଷ ବ୍ୟୁରୋ: ବିଳମ୍ବିତ ରାତିରେ ଦେଖିବେ ବିରଳ ଦୃଶ୍ୟ । ପୃଥିବୀ ଆଡକୁ ମାଡି ଆସିବ ଧୂମକେତୁ । ୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଧୂମକେତୁ C/2022 E3 । ପୃଥିବୀଠାରୁ ୪.୨ କୋଟି କିଲୋମିଟର ଦୂରରେ ହେବ ଦୃଶ୍ୟମାନ । ଚନ୍ଦ୍ର ଅସ୍ତଯିବା ପରେ ଖାଲି ଆଖିରେ ଦେଖାଯିବ । ଉତ୍ତରକୁ ଦେଖିଲେ ଧ୍ରୂବତାରା ଏବଂ ସପ୍ତର୍ଶିମଣ୍ଡଳ ମଝିରେ ଥିବ ଧୂମକେତୁ । ଆଲୋକ ପ୍ରଦୂଷଣ ପାଇଁ ଭୁବନେଶ୍ବରରେ ଦେଖିବା ସମ୍ଭାବନା କମ୍ । ଉତ୍ତର-ପୂର୍ବ ଦିଗରେ ସନ୍ଧ୍ୟା ସାଢେ ୭ ଟା ବେଳକୁ ଉଦୟ ହେବ ଧୂମକେତୁ ।

ପ୍ରାୟ ୧୫ରୁ ୧୬ ଡିଗ୍ରୀ ଉପରେ ରହିବ ଧୂମକେତୁ । ରାତି ବଢିବା ସାଙ୍ଗକୁ ଧିରେଧିରେ ଉପରକୁ ଉଠିବ ବୋଲି ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍ ଉପନିର୍ଦ୍ଦେଶକ କହିଛନ୍ତି । ଧୂମକେତୁର କୌଣସି ପ୍ରଭାବ ପଡିବ ନାହିଁ । ଧୂମକେତୁ ଆଲୋକରେ ରାତିରେ ଦିନ ହେବା ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚକୁ ଖଣ୍ଡନ କରିଛନ୍ତି ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍ ଉପନିର୍ଦ୍ଦେଶକ । ଧୂମକେତୁର ନିଜର ଆଲୋକ ନ ଥାଏ । ସେ ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ । ପୂର୍ଣ୍ଣମୀ ଚନ୍ଦ୍ରଠାରୁ ଅଧିକ ଆଲୋକ କେହି ଦେଇପାରିବେ ନାହିଁ । ତେଣୁ ଗୁଜବରେ ବିଶ୍ବାସ ନ କରିବା ପାଇଁ କୁହାଯାଇଛି ।

ପ୍ରତିବର୍ଷ ୨୦ ରୁ ୨୫ ଟି ଧୂମକେତୁ ସୂର୍ଯ୍ୟ ନିକଟରେ ରହିଥାଏ ଏବଂ ପୃଥିବୀ ପାଖ ଦେଇ ଯାଇଥାଏ। ବୈଜ୍ଞାନିକ ମାନେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟ ରେ ଧୂମକେତୁ ଗୁଡିକର ଗତିବିଧି ଲକ୍ଷ କରନ୍ତି। ତେବେ ଧୂମକେତୁ C/2022 E3ର ଚିତ୍ର ଉତ୍ତୋଳନ କରିବା ପାଇଁ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଞ୍ଚଳକୁ ଯାଇ ୩ ରାତି ଅନିଦ୍ରା ହେବାକୁ ପଡିଥିଲା ବୋଲି କହିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ । ୧୯୯୭ ରେ ଏହିଭଳି ଏକ ଧୂମକେତୁ ଆଲବକ ଆସିଥିଲା। ୨୦୧୯ ରେ ନ୍ୟୁୟ ଏଜ ଧୂମକେତୁ ଦେଖିଥିଲେ ଲୋକେ। ଧୂମକେତୁ ଏକ ଛୋଟ ପିଣ୍ଡ ହୋଇଥିବା ବେଳେ ସେଗୁଡିକର ନାଭି ୧୦ କିମି ହୋଇଥାଏ । କିନ୍ତୁ ଧୂମକେତୁ C/2022 E3ର ନାଭି ମାତ୍ର ୨ କିମି ରହିଛି ।