ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ୨୩୪ ରନର ବିଶାଳ ସ୍କୋର କଲା ଭାରତ

1 min read

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଶୁଭମନ ଗିଲ୍ (୬୩ ବଲରେ ଅପରାଜିତ ୧୨୬ ରନ୍)ଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩୫ ରନର ବିଶାଳ ଲକ୍ଷ୍ୟ ରଖିଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଛି । ଭାରତକୁ ପ୍ରଥମ ଝଟକା ଇଶାନ କିଶନଙ୍କ ରୂପରେ ଲାଗିଥିଲା । ଇଶାନ ମାତ୍ର ୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ପାୱାରପ୍ଲେରେ ଶୁଭମନ ଗିଲ୍ ଏବଂ ରାହୁଲ ତ୍ରିପାଟୀ ଦମଦାର ପ୍ରଦର୍ଶନ କରିଥିଲେ ।

ଭାରତ ପାୱାରପ୍ଲେରେ ୧ ୱିକେଟ୍ ହରାଇ ୫୮ ରନ୍ କରିଥିଲା । ରାହୁଲ ତ୍ରିପାଠୀ ୪୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସୂର୍ଯକୁମାର ମଧ୍ୟ ଦ୍ରୁତତମ ଇନିଂସ ଖେଳିଥିଲେ । ୨୪ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୧୭ ଟି ବଲରେ ୩୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଜିତିବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ । ଗତ ଦୁଇଟି ମ୍ୟାଚ ମଧ୍ୟରୁ ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଭାରତ ଗୋଟିଏ ମ୍ୟାଚ୍ ଜିତିଛି । ଆଜିର ମ୍ୟାଚ୍ ଯିଏ ଜିତିବ ସେ ସିରିଜ୍ ବିଜୟୀ ହେବ । ଭାରତୀୟ ବୋଲର ୨୩୫ ରନ୍ ଭିତରେ କିୱି ଦଳକୁ ସୀମିତ ରଖି ପାରିଲେ ସିରିଜ୍ ଜିତିବ ।