ନିଉଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଜିତିବା ସହ ସିରିଜ୍ ଜିତିଲା ଭାରତ

1 min read

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଶେଷ ମ୍ୟାଚ୍ ଟିକୁ ଟିମ୍ ବ୍ଲୁ ଜିତିନେଇଛି ।  ୧୬୮ ରନର ବଡ଼ ବ୍ୟବଧାନରେ ଭାରତ ଏହି ମ୍ୟାଚ୍ ଜିତିଛି । ଏହି ମ୍ୟାଚ୍ ଜିତିବା ସହ ଭାରତ ସିରିଜ୍ ବିଜୟୀ ହୋଇଛି । ୩ ମ୍ୟାଚ ବିଶିଷ୍ଟ ସିରିଜଟିକୁ ୨-୧ ରେ ଜିତିନେଇଛି ହାର୍ଦ୍ଦିକ ବାହିନୀ ।

ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୩୪ ରନ ସଂଗ୍ରେହ କରିଥିଲା । ଭାରତର ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବିସ୍ଫୋରକ ଶତକିୟ ଇନିଂସ୍ ଖେଳିଥିଲେ । ୨୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିଉଜିଲ୍ୟାଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିପାରିନଥିଲେ। ଡାରିଲ ମିଚେଲ (୩୫ ରନ) ଓ ମିଚେଲ ସାଣ୍ଟନର (୧୩ ରନ)ଙ୍କୁ ଛାଡ଼ିଦେଲେ ଆଉ କେହି ବି ଦୁଇଙ୍କ ଛୁଇଁ ପାରିନଥିଲେ । ୧୨ ଓଭର ଚାଲୁଥିବା ବେଳେ ନିଉଜିଲାଣ୍ଡ ନିଜର ସମସ୍ତ ୱିକେଟ ହରାଇ ୬୬ ରନରେ ସୀମିତ ରହିଥିଲା ।

ଭାରତ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଶୁଭମନ ଗିଲ୍ (୬୩ ବଲରେ ଅପରାଜିତ ୧୨୬ ରନ୍)ଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩୫ ରନର ବିଶାଳ ଲକ୍ଷ୍ୟ ରଖିଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା ।

ଭାରତକୁ ପ୍ରଥମ ଝଟକା ଇଶାନ କିଶନଙ୍କ ରୂପରେ ଲାଗିଥିଲା । ଇଶାନ ମାତ୍ର ୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ପାୱାରପ୍ଲେରେ ଶୁଭମନ ଗିଲ୍ ଏବଂ ରାହୁଲ ତ୍ରିପାଟୀ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ପାୱାରପ୍ଲେରେ ୧ ୱିକେଟ୍ ହରାଇ ୫୮ ରନ୍ କରିଥିଲା । ରାହୁଲ ତ୍ରିପାଠୀ ୪୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ଦ୍ରୁତତମ ଇନିଂସ ଖେଳିଥିଲେ । ୨୪ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୧୭ ଟି ବଲରେ ୩୦ ରନ୍ କରିଥିଲେ ।