ପୋଖରୀରେ ବୁଡ଼ି ଯୁବକ ମୃତ, ଅଗ୍ନିଶମ ଉଦ୍ଧାର କଲା ଶବ

ବାଙ୍କୀ: କିଆପଲା ଗାଁରେ ପୋଖରୀରେ ବୁଡ଼ି ଯୁବକ ମୃତ । ଗତକାଲି ରାତିରେ କିଆପଲା ଗାଁର ପ୍ରଶାନ୍ତ ବାରିକ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ କୌଣସି କାରଣ ବଶତଃ ସେ ପୋଖରୀରେ ବୁଡି ଯାଇଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନପାଇବାରୁ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ଶେଷରେ ଯୁବକଙ୍କୁ ଉଦ୍ଧାର କରିଥିଲେ  । ପରେ ଯୁବକଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।