ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳିତ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଲା ପଖାଳର କ୍ରେଜ୍

ନନ୍ଦିଘୋଷ ବ୍ୟୁରୋ: ପଖାଳ । ଓଡ଼ିଆଙ୍କ ସ୍ବତନ୍ତ୍ର ପରିଚୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳିତ । ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳିତ ହୋଇଛି। ଦହି ପଖାଳ ସହ ପୂଜା ମଣ୍ଡପରେ ବିନା ପିଆଜ ରସୁଣରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲୋକଙ୍କୁ ପରସା ଯାଇଥିଲା। ଓଡ଼ିଆ ଅସ୍ମିତାର ପରିଚୟ ଏବଂ ପଖାଳକୁ ଘରେ ଘରେ ପହଞ୍ଚାଇବା ପାଇଁ ଏଭଳି ଉଦ୍ୟମ କରାଯାଇଛି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ପଖାଳ ସହ ଆଳୁ ବାଇଗଣ ଭରତା, ବଡିଚୁରା, ବାଇଗଣ ଚପ୍, କଦଳୀ ଭଜା, ସଜନା ଛୁଇଁ ଆଳୁ ବେସର, ସାଗମୁଗ, ପାମ୍ପଡ, କାକୁଡ଼ି ଭଳି ୧୫ରୁ ୧୬ ପ୍ରକାର ବ୍ୟଞ୍ଜନ କରାଯାଇଥିଲା। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଶତ୍ରୁଘ୍ନ ବିଶ୍ବାଳ ।

ବିଶ୍ବ ପଖାଳ ଦିବସରେ ଆଜି ଗାଁରୁ ସହର ସବୁଠି ପଖାଳ ଖାଇ ମଜା ନେଇଛନ୍ତି ଲୋକେ । ଲୋପ ପାଉଥିବା କଂସା ପିତଳ ବେଲାକୁ ୩୮ ବର୍ଷ ହେଲା ସଂଗ୍ରହ କରି ସୁନ୍ଦର ସଂଗ୍ରହାଳୟ ନିର୍ମାଣ କରିଛନ୍ତି ଭୁବନେଶ୍ୱର ଜାଗମରା ତୁଳସୀ ବିହାର ଅଞ୍ଚଳର ସୁଦର୍ଶନ ସାହୁ। ଐତିହ ଗବେଷକ ଏବଂ ସଂଗ୍ରାହକ ଭାବରେ ବେଶ ପରିଚିତ ସୁଦର୍ଶନ । ପେଶାରେ ସେ ଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର କିନ୍ତୁ ନିଶା ତାଙ୍କର କଂସା ପିତଳ ବେଲା ସଂଗ୍ରହ କରିବା । ତାଙ୍କ ପଖାଳ କଂସା ଗ୍ୟାଲେରୀରେ ୧୫୦ ବର୍ଷ ପୁରୁଣା  କଂସା ପଖାଳ ବେଲା ରହିଛି। ପ୍ରାୟ ୩୦ ପ୍ରକାର ବେଲା ରଖିଛନ୍ତି ସୁଦର୍ଶନ । ମାଟୁ କଂସା ବେଲା , ଅଣ୍ଟା ଭଙ୍ଗା, ପୋଚ, ମାଟିଆ କେଳା, ରାମ ସାଇ, ଅଟକାଳି, ଛାତି ପୁଲାଣିଆ, ଓଉଖମା, ଟଭା ଫାଳିଆ, ଗୋଲ ବେଲା, ବାଲେସେରୀ, ରେକାବି, ଲହରି ବେଲା ଭଳି ଅନେକ ପ୍ରକାର ବେଲା ରହିଛି ତାଙ୍କ ସଂଗ୍ରହାଳୟରେ।