ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ବ୍ରଜରାଜନଗର: ଆଜି ପବିତ୍ର ଅକ୍ଷୟ ତୃତୀୟା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଝାରସୁଗୁଡ଼ା ବ୍ରଜରାଜନଗର ପଞ୍ଚଗାଁରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟକ୍ରମ ସାରି ସେ ପଞ୍ଚଗାଁରେ ପହଞ୍ଚିଥିଲେ ।

ଓଡ଼ିଆ ପରମ୍ପରା ଓ ବିଧି ମୁତାବକ ବିଲରେ ଅକ୍ଷିମୁଠି ଅନୁକୁଳ କରିଥିଲେ। ମୁଣ୍ଡରେ ପଗଡି ବାନ୍ଧି ମୁକୁଳା ପାଦରେ ବିଲରେ ପହଞ୍ଚି ମାଟି ମାକୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମାଟିକୁ ମୁଣ୍ଡିଆ ମାରି ବିଲରେ ବିହନ ବୁଣିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଆ ରୀତି ଓ ପରମ୍ପରା ଅନୁଯାୟୀ ବିଲରେ ବୁଣିଛନ୍ତି ଧାନ ବିହନ।

ଏହି ଅବସରରେ ସାଥିରେ ସାମିଲ ଥିଲେ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତି ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର। ଏବର୍ଷ ଭଲ ଫସଲ ଉତ୍ପାଦନ ହେଉ ବୋଲି ମାଟି ମାଙ୍କୁ ପ୍ରାର୍ଥନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।