ଯୁବଶକ୍ତିଙ୍କ ଜୋଶ ବଢାଇଲେ କାର୍ତ୍ତିକ ପାଣ୍ଡିଆନ…

1 min read

ଭୁବନେଶ୍ୱର: ଯୁବଶକ୍ତିଙ୍କ ଜୋଶ ବଢାଇଲେ କାର୍ତ୍ତିକ ପାଣ୍ଡିଆନ। ଗତକାଲି ବିଜେଡିର ଘୋଷଣାପତ୍ର ପ୍ରକାଶ ପାଇବା ପରେ ଆଜି ପାଣ୍ଡିଆନଙ୍କ ବୁଲେଟ୍ ଅନ୍ଦାଜ ଚର୍ଚ୍ଚା ସାଉଁଟିଛି। ବୁଲେଟ୍ ଚଳାଇ ଦମଦାର ଏଣ୍ଟ୍ରି ମାରୁଥିବା ନଜର ଆସୁଛନ୍ତି ପାଣ୍ଡିଆନ ।

ସେ କହିଛନ୍ତି ଯୁବପିଢିଙ୍କ ସରକାର ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । ସରକାର ପ୍ରଥମଥର ପାଇଁ ଯୁବ ବଜେଟ୍ ଆଣିବାକୁ ଯାଉଛନ୍ତି । ଏହା ସହ ଖୁବ ସଫଳତା ପାଇଥିବା ନୂଆ-ଓ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି । ଦେଶରେ ପ୍ରଥମ କରି ଆସିବ ଯୁବ ବଜେଟ। ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଯୁବକମାନଙ୍କ ପରାମର୍ଶକୁ ଆଧାର କରି ପ୍ରତିବର୍ଷ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ।

ଝିଅଙ୍କୁ ବାର୍ଷିକ ୧୪ ହଜାର ଟଙ୍କା ଓ ପୁଅମାନେ ବାର୍ଷିକ ୧୨ ହଜାର ଟଙ୍କା ନୂଆ-ଓ ବୃତ୍ତି ପାଇବେ। ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ଋଣକୁ ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ସେ ପ୍ରକାଶ କରିଛନ୍ତି।