କାଲିଠୁ କଳିଙ୍ଗରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଋଷିଆକୁ ଏକ ଶକ୍ତିଶାଳୀ ଦଳ ମନେକରି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

1 min read

ଭୁବନେଶ୍ୱର: ରାତି ପାହିଲେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ । କଳିଙ୍ଗ ଷ୍ଟାଡିୟମରେ ପୁଣି ଥରେ ହକି କ୍ରେଜ୍ ଦେଖିବାକୁ ମିଳିବ। ୧ ଓ ୨ ତାରିଖ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ ଅନୁଷ୍ଠିତ ହେବ । ପୁରୁଷ ବିଭାଗରେ ଭାରତ, ରୁଷିଆକୁ ଭେଟିବାକୁ ଯାଉଥିବା ବେଳେ ମହିଳା ବିଭାଗରେ ଭାରତ ଓ ଆମେରିକା ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଅଲିମ୍ପିକ ଯିବା ପାଇଁ ଶେଷ ସୁଯୋଗ ହୋଇଥିବାରୁ କେହି କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି ।

ସମସ୍ତ ଟିମ୍ ନିଜ ନିଜ ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବେ। ସମସ୍ତ ଟିମଙ୍କ ପାଇଁ ଏହି ପ୍ରତିଯୋଗିତା କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ପ୍ରତିଯୋଗିତା ପରେ କେଉଁ ଦୁଇଟି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ପଷ୍ଟ ହେବ । ପ୍ରତିଯୋଗିତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ଓ ପୁରୁଷ ଦଳ ଏବଂ ଆମେରିକା ଓ ରୁଷିଆ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି ।

ଇତିମଧ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ମହିଳା ଓ ପୁରୁଷ ବିଭାଗରେ ୬ଟି ଲେଖାଏଁ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରୁ ୩ଟି ଲେଖାଏ ଦଳ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ, ଏବେ ହକି ଜଗତର ନଜର କଳିଙ୍ଗ ଷ୍ଟାଡିୟମ ଉପରେ କେନ୍ଦ୍ରୀଭୂତ ହୋଇଛି । ଏଠାରେ ମ୍ୟାଚ ଦେଖିବା ପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି । ସପଟେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ୍ ପ୍ରତିଯୋଗିତାକୁ ନେଇ ବେଶ ଆଶାବାଦୀ ଅଛନ୍ତି ।

ଘରୋଇ ପରିବେଶରେ ମ୍ୟାଚ ଖେଳାଯାଉଥିବାରୁ ଭରତର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଭାରତୀୟ ପୁରୁଷ ଦଳର ଅଧିନାୟକ କହିଛନ୍ତି ଋଷିଆକୁ ଆମେ ଏକ ଶକ୍ତଶାଳୀ ଟିମ୍ ବୋଲି ଭାବି ପଡ଼ିଆକୁ ଓହ୍ଲାଇବୁ । କୌଣସି ପରିସ୍ଥିତିରେ ବିପକ୍ଷ ଟିମକୁ ହାଲକା ନେବୁନାହିଁ । ଦଳରେ ନୂଆ ସାଙ୍ଗକୁ ଅନେକ ପୁରୁଆ ଓ ଅଭିଜ୍ଞ ଖେଳାଳି ଅଛନ୍ତି । ଏହାସହ ଦଳରେ ଦୁଇଜଣ ଲୋକାଲ ଖେଳାଳି ଅମିତ ରୋହିଦାଶ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ଘରୋଇ ପରିବେଶରେ ସେମାନଙ୍କ ଠାରୁ ମଧ୍ୟ ଦଳ ବହୁତ କିଛି ଆଶା କରିବ ବୋଲି ଅଧିନାୟକ କହିଛନ୍ତି । ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ ବୀରେନ୍ଦ୍ର ଲାକ୍ରା । ପରବର୍ତ୍ତୀ ସମୟରେ ବରୁଣ କୁମାରଙ୍କ ଆହତ କାରଣରୁ ଦଳରୁ ବାଦ ପଡ଼ିବାରୁ ବୀରେନ୍ଦ୍ର ଲାକ୍ରାଙ୍କୁ ସ୍ଥାନ ମିଳିଥିଲା।

ସେପଟେ ମହିଳା ଦଳ ମଧ୍ୟ ଆମେରିକା ବିପକ୍ଷରେ ନୂଆ ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଟିମର କୋଚ୍ କହିଛନ୍ତି। ପ୍ରଥମ ଥର ଦଳ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ଦଳ ବେଶ ଉତ୍ସାହିତ ଥିବା କଥା କୋଚ କହିଛନ୍ତି। ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.