IPL 14: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ମ୍ୟାଚ୍, ଏହି ଦିନ ଫାଇନାଲ୍…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣ ୟୁଏଇରେ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହାର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ ।

ସୂଚନା ଅନୁଯାୟୀ, ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ରେ ଆୟୋଜିତ ହେବ । ଏନେଇ ବିସିସିଆଇ ଓ ଅମିରାତ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ବୈଠକ ହେଉଥିବା ବେଳେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଆଇପିଏଲ୍ ମ୍ୟାଚ୍ ଦୁବାଇରେ ସଫଳତା ପୂର୍ବକ ହେବ ବୋଲି ଆଶା କରାଯାଉଛି ।

ତେବେ ଏହି ମୁକାବଲା ଶାରଜାହ  ଓ ଆବୁ ଧାବିରେ ହେବ ।

ମ୍ୟାଚରେ ବିଦେଶୀ ଖେଳାଳିଙ୍କ ସ୍ଥିତିକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ ଭାରତୀୟ ବୋର୍ଡକୁ ସକରାତ୍ମକ ଫଳାଫଳର ଆଶା ରହିଛି । ‘ଚର୍ଚ୍ଚା ଆରମ୍ଭ ହୋଇଗଲାଣି, ଆମକୁ ଆଶା ଅଛି ଯେ ଅଧିକରୁ ଅଧିକ ବିଦେଶୀ ଖେଳାଳି ଉପଲବ୍ଧ ରହିବେ’ । ଯଦି ସେମାନଙ୍କ ମଧ୍ୟରେ କେହି ନଆସନ୍ତି ତେବେ ଆମେ ଆଗାମୀ ଭବିଷ୍ୟତରେ ଏନେଇ ନିଷ୍ପତ୍ତି ନେବୁ । କିନ୍ତୁ ଏବେ ପାଇଁ ୟୁଏଇରେ ୧୪ ତମ ସଂସ୍କରଣ ଦମଦାର ଭାବେ ଖେଳାଯିବ ।

ତେବେ ୨୬ ଦିନ ଧରି ଚାଲିବ ଆଇପିଏଲ ମୁକାବିଲା । ୟୁଏଇରେ ଚଳିତବର୍ଷ ଆଇପିଏଲର ଅବଶିଷ୍ଟ ବଳକା ମ୍ୟାଚ୍ ଖେଳାଯିବ। କରୋନା ପାଇଁ ଚଳିତବର୍ଷ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଥିଲା ।

Leave a Reply