ଆଜି ବିଶ୍ୱ ମହାସାଗର ଦିବସ, ଏହି ଅବସରେ ଜାଣନ୍ତୁ ସମୁଦ୍ରର ଉପକାରୀତା

ବିଶ୍ୱ ମହାସାଗର ଦିବସ ୨୦୨୦: ଆଜି, ଜୁନ୍ ୮ରେ, ବିଶ୍ୱର ଅନେକ ଦେଶରେ ବିଶ୍ୱ ମହାସାଗର ଦିବସ ପାଳନ କରୁଛି । ଆଜି ସମୁଦ୍ରର ସ୍ୱଚ୍ଛତା ବିଷୟରେ ସଚେତନତା ବାର୍ତ୍ତା ଏବେ ପୂରା ବିଶ୍ୱରେ ବ୍ୟାପିଛି ଏବଂ ସମୁଦ୍ର କୂଳରେ ବ୍ୟାପିଥିବା ବର୍ଜ୍ୟବସ୍ତୁକୁ ସଫା ମଧ୍ୟ କରାଯାଇଛି । ସମୁଦ୍ର ଆମକୁ ବହୁତ କିଛି ଦେଇଥାଏ, ଯେଉଁଥିରେ ସମୁଦ୍ରରୁ ମିଳୁଥୁବା ଖାଦ୍ୟ, ଅମ୍ଳଜାନ, ଖାଦ୍ୟ ଏବଂ ବାୟୁ ଅନ୍ତର୍ଭୁକ୍ତ ରହିଛି । ଏହି କାରଣରୁ ଜଳବାୟୁରେ ସନ୍ତୁଳନ ମଧ୍ୟ ରହିଥାଏ । ସମୁଦ୍ର ଖାଦ୍ୟରେ ପୋଷକ ତତ୍ତ୍ୱ ଭରପୂର ଅଟେ । ସମୁଦ୍ର ଖାଦ୍ୟ ମଧ୍ୟ ବୃଦ୍ଧାବସ୍ଥାକୁ ଯଥେଷ୍ଟ ପ୍ରଭାବ ପକାଇଥାଏ ।

ସି ଫୁଡ୍ ବା ସାମୁଦ୍ରରୁ କେଉଁ ପ୍ରକାର ଖାଦ୍ୟ ମିଳିଥାଏ

ସମୁଦ୍ରରୁ ଉତ୍ପନ୍ନ ଖାଦ୍ୟ ଯେପରିକି ମାଛ, କଙ୍କଡ଼ାକୁ ସମୁଦ୍ର ଖାଦ୍ୟ ବା ସି ଫୁଡ଼୍ କୁହାଯାଏ । ଚିଙ୍ଗୁଡ଼ି, କଙ୍କଡା, ସ୍କ୍ୱିଡ୍, ଓଏଷ୍ଟର ଏବଂ ମାଛ ସମୁଦ୍ର ଖାଦ୍ୟରେ ଅନ୍ତର୍ଭୁକ୍ତ । ସମୁଦ୍ର ଖାଦ୍ୟ ଆମିଷରେ ହିଁ ଯାଇଥାଏ । 

ସମୁଦ୍ର ଖାଦ୍ୟରୁ ମିଳୁଥିବା ପୁଷ୍ଟିକର ବା ପୋଷକ ତତ୍ତ୍ୱ

ସମୁଦ୍ର ଖାଦ୍ୟରେ କିଛି ଏମିତି ପୋଷକ ତତ୍ତ୍ୱ ମିଳିଥାଏ, ଯାହା ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ସହ ଏଥିରୁ ମିଳୁଥିବା ପୋଷକ ତତ୍ତ୍ୱ ଅନ୍ୟ ଖାଦ୍ୟରେ ନଥାଏ । ସେଲେନିୟମ୍ ଏବଂ ଭିଟାମିନ୍ ଇ ମୁଖ୍ୟତ ସି ଫୁଡ଼ରେ ରହିଥାଏ । ଏହା ବ୍ୟତୀତ ସମୁଦ୍ରରେ ମିଳୁଥିବା ଖାଦ୍ୟରେ ପ୍ରୋଟିନ୍ ମଧ୍ୟ ଉପଯୁକ୍ତ ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଭିଟାମିନ୍ ଏ, ବି କମ୍ପ୍ଲେକ୍ସ, ଭିଟାମିନ୍ ଡି, ସେଲେନିୟମ୍, ଜିଙ୍କ, ଆୟୋଡିନ୍ ଏବଂ ଆଇରନ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଶରୀର ଉପରେ ବାର୍ଦ୍ଧକ୍ୟର ପ୍ରଭାବକୁ ରୋକିବା ପାଇଁ ଓମେଗା ୩ ଫେଟି ଏସିଡ୍ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଓମେଗା ୩ ଫେଟି ଏସିଡ୍ ପ୍ରଚୁର ପରିମାଣରେ ମାଛରେ ମିଳିଥାଏ ।

Leave a Reply