ଇଡେନ୍‌ ଇତିହାସର ଗୋଲାପୀ ଫର୍ଦ୍ଦ, ଜାଣନ୍ତୁ କାହାର କେତେ ରେକର୍ଡ..

ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ କରି ଇତିହାସ ରଚିଲା ଇଡେନ ଗାଡେର୍ନ । ଆଉ ଏବେ ଖେଳାଳିମାନେ ନିଜ ନାଁରେ ଇତିହାସର ଗୋଲାପୀ ଫର୍ଦ୍ଦ ଯୋଡ଼ିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି ଟିମ୍‌ ଇଣ୍ଡିଆ । ମ୍ୟାଚର ଦ୍ୱିତୀୟ ଦିନରେ ଚାଲନ୍ତୁ ନଜର ପକାଇବା ଖେଳାଳିଙ୍କ ରେକର୍ଡ ଉପରେ ।

ବାଂଲାଦେଶକୁ ପ୍ରଥମ ଇନିଂସରେ ୧୦୬ ରନ୍‌ରେ ଅଲଆଉଟ କରିଛି ଟିମ୍‌ ଇଣ୍ଡିଆ । ତେବେ ପ୍ରଥମ ଭାରତୀୟ ଭାବେ ଗୋଲାପୀ ବଲ୍‌ରେ ୱିକେଟ ନେବାର ସୌଭାଗ୍ୟ ପାଇଛନ୍ତି ଈଶାନ୍ତ ଶର୍ମା । ୨୦୦୭ ପରଠୁ ଟେଷ୍ଟରେ ଦ୍ୱିତୀୟ ଥର ପାଇଁ ସେ ଭାରତରେ ପାଇଛନ୍ତି ୫ ୱିକେଟର ସଫଳତା । ସେହିଭଳି ପିଙ୍କ୍‌ ବଲରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଛକା ମାରିବାର ରେକର୍ଡ ଯାଇଛି ରୋହିତ ଶର୍ମାଙ୍କ ନାଁରେ ।

ଦିବାରାତ୍ର ଟେଷ୍ଟରେ ପ୍ରଥମ ଅର୍ଦ୍ଧଶତକ ଚେତେଶ୍ୱର ପୂଜାରା ହାସଲ କରିଥିବା ବେଳେ ଗୋଲାପୀ ଶତକ ହାସଲ କରିଛନ୍ତି କ୍ୟାପଟେନ୍‌ କୋହଲି । ଖାଲି ସେତିକି ନୁହେଁ, ଟେଷ୍ଟରେ ୨୦ତମ ଶତକ ମାରି ସେ ରିକି ପଣ୍ଟିଂଙ୍କ ୧୯ଟି ଟେଷ୍ଟ ଶତକ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ୮୪ ମ୍ୟାଚରେ ୧୪୧ ଇନିଂସ ଖେଳି ବିରାଟ ମୋଟ ୨୭ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ସଚିନ, ଦ୍ରାବିଡ ଓ ଗାଭାସ୍କରଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ଭାରତୀୟ ତାରକା ।

Leave a Reply