୧୧ ତାରିଖରେ ଡାକ୍ତରଙ୍କ ପାଖକୁ ଯିବେ କି ? ତା’ପୂର୍ବରୁ ଏହାକୁ ପଢି ନିଅନ୍ତୁ…

1 min read
OPSC Recommends 786 Doctors Name For Appointment During Covid

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ ତାରିଖରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ରାଷ୍ଟ୍ରବ୍ୟାପୀ ଧାରଣା ଡାକରା ଦିଆଯାଇଛି । ଏହି ଧାରଣା ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରହିବ ।

ଏହି ଧାରଣା ସମୟରେ ଜରୁରୀକାଳୀନ ଓ କୋଭିଡ ସେବାକୁ ବାଦ ଦେଇ ବାକି ସବୁ ବନ୍ଦ ରହିବ । ଏପରିକି ଆଉଟଡୋର୍ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ମଧ୍ୟ ବନ୍ଦ ରହିବ । ଏହି ଧାରଣାରେ ସାମିଲ ହେବା ପାଇଁ ଆଇଏମଏ ପକ୍ଷରୁ ମଡର୍ଣ୍ଣ ମେଡିସିନର ସବୁ ଡାକ୍ତର ମାନଙ୍କୁ ଅପିଲ୍ କରାଯାଇଛି ।

ସେଣ୍ଟ୍ରଲ୍ କାଉନସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନର ଏକ ବିଜ୍ଞପ୍ତି ପରେ ଡାକ୍ତରମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ବିଜ୍ଞପ୍ତିରେ ଆୟୁର୍ବେଦର ପୋଷ୍ଟ ଗ୍ରାଜୁଏଟ୍ ମାନଙ୍କୁ ସାଧାରଣ ସର୍ଜରୀ ପାଇଁ ଅନୁମତି ଦିଆଯାଇଥିଲା ।

ଜାଣନ୍ତୁ, ଡିସେମ୍ବର ୧୧ ତାରିଖରେ କ’ଣ ବନ୍ଦ ରଖିବାକୁ ଅପିଲ୍ କରାଯାଇଛି? 

  •  ସମସ୍ତ କ୍ଲିନିକ୍
  • ସବୁ ନନ୍-ଇମରଜେନ୍ସି କ୍ଲିନିକ୍
  • ଇଲେକ୍ଟିଭ ସର୍ଜରୀ
  • ଆଉଟଡୋର୍ ପେସେଣ୍ଟ ଡିପାର୍ଟମେଣ୍ଟ

କ’ଣ ଖୋଲା ରହିବ?

  • ଇମରଜେନ୍ସି ମେଡିକାଲ୍ ସର୍ଭିସ୍
  • ଆଇସିୟୁ
  • କୋଭିଡ କେୟାର
  • ସିସିୟୁ
  • ଇମରଜେନ୍ସି ସର୍ଜରୀ
  • ଲେବର ରୁମ୍

ସୂଚନାଯେଗ୍ୟ, ଆୟୁର୍ବେଦିକ ଡାକ୍ତରଙ୍କୁ ଟ୍ରେନିଂ ଦିଆଯିବା ପରେ ସେମାନେ ଅପରେସନ କରିପାରିବେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ପିଜି ଟ୍ରେନିଂ ଆୟୁର୍ବେଦିକ ଡାକ୍ତର ମାନେ ଇଏନଟି, ଓର୍ଥୋ, ଡେଣ୍ଟାଲ କ୍ଷେତ୍ରରେ ଏହି ଅପରେସନ କରି ପାରିବେ ବୋଲି ସରକାର କହିଛନ୍ତି ।

Leave a Reply