Dhanteras 2020: ଧନତେରାସରେ କାହିଁକି କିଣାଯାଏ ଝାଡୁ ? ଜାଣନ୍ତୁ ଏହାକୁ ନେଇ କଣ ରହିଛି ମାନ୍ୟତା…

1 min read

Dhanteras 2020: କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ଏହି ପର୍ବ ନଭେମ୍ବର ୧୩ ତାରିଖ ଶୁକ୍ରବାର ଦିନ ପାଳନ କରାଯିବ । ଧନତେରାସ ଦିନ ଜିନିଷପତ୍ର କିଣାକିଣି ପାଇଁ ଖୁବ ଶୁଭ ମନେ କରାଯାଏ । ସୁନା, ରୂପା ଏବଂ ପିତ୍ତଳର ବାସନକୁସନ କିଣିବା ସହିତ ଏହିଦିନ ଝାଡୁ କିଣିବାର ମଧ୍ୟ ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଧନତେରାସ ଦିନ କାହିଁକି କିଣାଯାଏ ଝାଡୁ ।

ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଧନତେରାସ ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ ।

ମାନ୍ୟତା ରହିଛି ଯେ ଝାଡୁ କିଣିବା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମନେ କରାଯାଏ । ସେଥିପାଇଁ ଧନତେରାସ ଦିନ ଝାଡୁ କିଣଇବାକୁ ଶୁଭ ମନେ କରାଯାଏ ।

କୁହାଯାଏ ଯେ ଧନତେରାସ ଦିନ ନୂଆ ଝାଡୁ କିଣି ଘରକୁ ଆଣିବା ପରେ ଏଥିରେ ଏକ ଧଳା ରଙ୍ଗ ସୂତା ଲଗାଇବା ଉଚିତ । ଏହା କହିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିଥାଏ ଏବଂ ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଧନତେରାସରେ ଯେତେବି ଝାଡୁ କିଣି ଘରକୁ ଆଣିବେ ତାକୁ ସର୍ବଦା ତଳେ ଚଟାଣରେ ଶୁଆଇ ରଖିବେ । ଝାଡ଼ୁକୁ ଠିଆ କରି ରଖିବା ଅଶୁଭ ମନେ କରାଯାଏ । ଝାଡୁକୁ ସର୍ବଦା ଘରର କେଉଁ କୋଣରେ ଲୁଚାଇ ରଖିବା ଉଚିତ । ଝାଡୁ ଉପରେ କେବେ ପାଦ ପକାଇବା ଉଚିତ ନୁହେଁ । ମାନ୍ୟତା ରହିଛି ଯେ, ଝାଡୁ ଉପରେ ପାଦ ରଖିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି । ଝାଡୁକୁ ଆଦର କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି ।

ଦିପାବଳୀ ଦିନ ମନ୍ଦିରରେ ଝାଡୁ ଦାନ କରିବାର ମଧ୍ୟ ପରମ୍ପରା ରହିଛି । କୁହାଯାଏ ଯେ ଦିପାବଳୀରେ ଝାଡୁ ଦାନ କରିବା ଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ଦିପାବଳୀରେ ଦାନ କରାଯାଉଥିବା ଝାଡୁ ଧନତେରାସ ଦିନ କିଣିବା ଉଚିତ ।

କେବେ ବି ଘରେ ଝାଡୁକୁ ଓଲଟା ରଖିବା ଉଚିତ ନୁହେଁ । କୁହାଯାଏ ଯେ ଏମିତି କରିବା ଦ୍ୱାରା ଘରେ କଳହ ବଢ଼ିଥାଏ । ଝାଡୁକୁ କେବେ ବି ଘର ବାହାରେ ବା ଛାତ ଉପରେ ରଖିବା ଉଚିତ ନୁହେଁ । ମାନ୍ୟତା ରହିଛି ଯେ ଏମିତି କରିବା ଦ୍ୱାରା ଘରେ ଚୋରୀ ହେବାର ସମ୍ଭାବନା ବଢ଼ିଥାଏ ।

Leave a Reply