ଫିଲ୍ମ ‘ପଠାନ’ ପାଇଁ ଦୀପିକା ନେଲେ ସବୁଠୁ ଅଧିକ ପାରିଶ୍ରମିକ, ଜାଣନ୍ତୁ କେତେ… ?

1 min read

ମୁମ୍ବାଇ: ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ପାଦୁକୋନ୍ ନିକଟରେ ବଲିଉଡରେ ତାଙ୍କର ୧୩ ବର୍ଷ ପୂରଣ କରିଛନ୍ତି ।  ଶାହରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୯ ନଭେମ୍ବର ୨୦୦୭ ରେ ମୁକ୍ତିଲାଭ କରିଥିଲା । ଏହା ପରେ ଦୀପିକା ଗୋଟିଏ ପରେ ଗୋଟିଏ ଅନେକ ସୁପରହିଟ୍ ଫିଲ୍ମ ଭୋଟି ଦେଇଥିଲେ । ଆଉ ଏବେ ସେ ବଲିଉଡର ଏକ ନମ୍ବର ହିରୋଇନ୍ ଭାବେ ପରିଚିତ ।

ଏବେ କିନ୍ତୁ ଦୀପିକା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ପଠାନ୍’ ଏବେ ପୁଣି ଚର୍ଚ୍ଚାରେ ଅଛି । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ନଜର ଆସିବେ । ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଶାହରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୯ ନଭେମ୍ବର ୨୦୦୭ରେ ମୁକ୍ତିଲାଭ ହୋଇଥିଲା । ଏବେ ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି ଏହି ସୁପରହିଟ୍ ଜୋଡ଼ି ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କୁ ଏକ ଜବରଦସ୍ତ ଆକ୍ସନ୍-ଥ୍ରୀଲର ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି । କୁହାଯାଉଛି ଯେ ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏବଂ ଏହି ଫିଲ୍ମ ପାଇଁ ଦୀପିକାଙ୍କ ପାରିଶ୍ରାମିକ ବିଷୟରେ ବଡ ଖବର ଆସିଛି । ସୂଚାନା ଅନୁସାରେ, ଦୀପିକା ‘ପଠାନ’ ପାଇଁ ପ୍ରାୟ ୧୪-୧୫ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି । ଏବଂ ସୁଟିଂ ସେ ଆସନ୍ତା ବର୍ଷ ଠାରୁ ଆରମ୍ଭ କରିବେ । ସୂଚନା ଅନୁଯାୟୀ, ଫିଲ୍ମ ‘ପଠାନ୍’ ପାଇଁ ୨୦୦କୋଟିର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହା ହେଉଛି ଆଜି ପର୍ଯ୍ୟନ୍ତ ବଲିଉଡର ସବୁଠାରୁ ମହଙ୍ଗା ଆକ୍ସନ୍ ଫିଲ୍ମ ।

Leave a Reply