ରାଜଧାନୀରେ ଆରମ୍ଭ ହେବ କର୍ପୋରେଟ୍ କ୍ରିକେଟ ଲିଗ୍

ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ କର୍ପୋରେଟ୍ କ୍ରିକେଟ ଲିଗ୍ । ଏଥିରେ ରାଜଧାନୀ କର୍ପୋରେଟ ହାଉସ୍ ସହ ଉଦ୍ୟୋଗୀମାନେ ମଧ୍ୟ ସାମିଲ ହେବେ । ଭୁବନେଶ୍ୱରରେ ବଢ଼ୁଥିବା ସ୍ପୋର୍ଟ କ୍ରେଜ୍‌କୁ ଦେଖି କ୍ରିକେଟ ଲିଗ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି, ରାଜ୍ୟର ଅଗ୍ରଣୀ ବ୍ୟାଙ୍କିଂ ସେବା ପ୍ରଦାନ କରୁଥିବା ଫିନଟେକ୍ କମ୍ପାନୀ ଆଇ ସର୍ଭ ୟୁ। ଖୁବଶୀଘ୍ର ଏହି ଲିଗର ରୂପ ରେଖ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଇ ସର୍ଭ ୟୁର ସିଏସ୍‌ଓ ଉମାକାନ୍ତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଇ ସର୍ଭ ୟୁ ପକ୍ଷରୁ ଗତ ୨ ଦିନ ଧରି ସିଭି ରମନ୍ ଗ୍ରାଉଣ୍ଡରେ ସ୍ଵତନ୍ତ୍ର କ୍ରିକେଟ୍ ଲିଗ୍ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪ଟି ଟିମ ଭାଗନେଇଥିଲେ। ଏହା ସହ ପ୍ରତ୍ୟେକ ମାସରେ କମ୍ପାନୀ ପକ୍ଷରୁ ଏଭଳି ଲିଗ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି । କର୍ପୋରେଟ ସଂସ୍ଥାମାନଙ୍କରେ ଟିମ୍ ସ୍ପିରିଟ ବଢ଼ାଇବା, ଷ୍ଟ୍ରେସ ଫ୍ରି ରହିବା ଶୃଙ୍ଖଳିତ ବ୍ୟବହାର ସହ ଫିଟନେସ ଉପରେ ଗୁରୁତ୍ୱ ଦେବା ଲକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କର୍ପୋରେଟ କ୍ରିକେଟ୍ ଲିଗ୍ ଏ ଦିଗରେ ବିଶେଷ ସହାୟ ହେବ ବୋଲି ଆଇ ସର୍ଭ ୟୁର ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ସହରରେ ଏଭଳି କ୍ରିକେଟ୍ ଲିଗ୍ ଅୟୋଜନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛ ।

ଏଥିସହିତ ପଢ଼ନ୍ତୁ: ହାରିଛନ୍ତି ସେ, କିନ୍ତୁ ମରିନି ମନୋବଳ: ଅଷ୍ଟମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି

Leave a Reply