କରୋନାକୁ ହରାଇବା ପାଇଁ ଗବେଷଣା କରୁଛନ୍ତି ଦେଶର ୪ ନାମୀ ସଂସ୍ଥା

1 min read

ନୂଆଦିଲ୍ଲୀ: କିଲର୍ କରୋନାକୁ ନେଇ ସାରା ଦୁନିଆରେ ଡର । ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଛି ଲକଡାଉନ୍ । ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଆଗେଇ ଆସିଛନ୍ତି ଦେଶର ଅଗ୍ରଣୀ ୪ ସଂସ୍ଥା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ମହାମାରୀ ପାଇଁ ଭ୍ୟାକ୍ସିନ୍ ରିସର୍ଚ୍ଚ କରୁଥିବା ୪ ସଂସ୍ଥା ସମ୍ବନ୍ଧରେ ସୂଚନା ଦେଇଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

କାଉନସିଲ୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ

ଭାରତର ବିଜ୍ଞାନ ଓ ପ୍ରଦ୍ୟୋଗିକ ମନ୍ତ୍ରାଳୟ ଅଧୀନରେ ଆସୁଥିବା କାଉନସିଲ୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ୧୯୪୨ ମସିହାରେ ସ୍ଥାପିତ ହୋଇଥିଲା । ଏହା ଅଧୀରେ ୩୯ଟି ଲ୍ୟାବ ଓ ୫୦ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଦେଶର ବିଭିନ୍ନ ଭାଗରେ ରହିଛି । ଏହି ସଂସ୍ଥା ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣା କାମ କରୁଛି ।

ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲଜି

ଏହି ସଂସ୍ଥା ମଧ୍ୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରାଳୟ ଅଧିନରେ କାମ କରେ । ଏହା ୧୯୮୬ ମସିହାରେ ଦେଶରେ ବାୟୋସାଇନ୍ସ କ୍ଷେତ୍ରରେ କାମ ପାଇଁ ପ୍ରତିଷ୍ଠା ହୋଇଥିଲା ।

ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି

୧୯୭୧ ମସିହାରେ ଦେଶରେ ସାଇନ୍ସ ଆଣ୍ଡ ଟେକ୍ନୋଲଜି କ୍ଷେତ୍ରକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା ହୋଇଥିଲା । ଏହା ବିଜ୍ଞାନ ଓ ପ୍ରାଦ୍ୟୋଗିକ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବା ସହ ଜୈବ ଇନ୍ଧନ ଉତ୍ପାଦନ, ପ୍ରକ୍ରିୟାକରଣ, ମାନ ନିର୍ଦ୍ଧାରଣ ଓ ପ୍ରୟୋଗ ସହ ଜଡ଼ିତ ସ୍ୱଦେଶୀ ପ୍ରାଦ୍ୟୋଗିକ ମନ୍ତ୍ରାଳୟ ବିକାଶ ପାଇଁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ମଧ୍ୟରେ ସମନ୍ୱୟ ରଖେ ।

ଡିପାର୍ଟମେଣ୍ଟ ଅଫ୍ ଆଟୋମିକ ଏନର୍ଜି

୧୯୫୪ ମସିହା ଅଗଷ୍ଟ ୩ ତାରିଖରେ ଆଣବିକ ଶକ୍ତି ବିଭାଗ ପ୍ରତିଷ୍ଠା ହୋଇଥିଲା । ଏହା ଆଣବିକ ଶକ୍ତି ଟେକ୍ନୋଲଜିର ବିକାଶ, ବିକିରଣ ଟେକ୍ନୋଲଜିର ବିଭିନ୍ନ କ୍ଷେତ୍ର ଯେପରିକି କୃଷି, ଚିକିତ୍ସା, ଶିଳ୍ପ ଆଦି ଗବେଷଣା କ୍ଷେତ୍ରରେ ସକ୍ରିୟ ଅଛି ।

Leave a Reply