ଯଦି କରୋନା ରିପୋର୍ଟ ନେଗେଟିଭ୍ ଆସୁଛି ତେବେ ଭାବନ୍ତୁନି କି ଆପଣ କରୋନା ସଂକ୍ରମିତ ନୁହଁନ୍ତି !

1 min read

କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସୁଛି ତେବେ ଆପଣ ଭାବନ୍ତୁନି କି ଆପଣ କରୋନା ସଂକ୍ରମିତ ନୁହଁନ୍ତି । କାରଣ ଏମିତି ଅନେକ ଘଟଣା ଘଟିଲାଣି ଯେଉଁଥିରେ ରୋଗୀ ସଂକ୍ରମିତ ହୋଇଥିଲେ ମଧ୍ୟ ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ଜଣାପଡ଼ୁ ନାହିଁ। ସମଗ୍ର ବିଶ୍ୱରେ ଏପରି ଅନେକ ରୋଗୀ ଅଛନ୍ତି, ଯେଉଁମାନେ କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ  ଜ୍ୱର ଭଳି କୋଭିଡ -19ର ଲକ୍ଷଣରେ ପୀଡିତ ଥିଲେ ଏବଂ ପରୀକ୍ଷଣ ସମୟରେ ରିପୋର୍ଟଗୁଡିକ ନକାରାତ୍ମକ ବୋଲି ଜଣାପଡିଥିଲା ।

ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ କହିଥିଲେ ହେଁ ଲକ୍ଷଣ ବଢିବା ପରେ ସେମାନଙ୍କୁ ପୁଣିଥରେ ଫେରି ଆସିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରମାନେ ପୁଣି ସେମାନଙ୍କର ପରୀକ୍ଷା ପାଇଁ ନମୁନା ନେଇଥିଲାବେଳେ କିଛି ସମୟ ପରେ ରିପୋର୍ଟ ପୁଣି ନେଗେଟିଭ୍ ଆସିଥିଲା ।

ଏହାର ଏକ କାରଣ ହେଉଛି ନମୁନା ନେବାବେଳେ ନାକ ଭିତରୁ ଶ୍ରାବ ନିଆଯାଇଥାଏ । ଏଥିପାଇଁ ସ୍ୱାବକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନାକରେ ବୁଲାଇବାକୁ ପଡ଼ିଥାଏ । ଯାନ୍ତ୍ରିକ ତ୍ରୁଟି ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିବାର କାରଣ ହୋଇପାରେ । ଏହି ଧାରାରେ ଯେଉଁ ମାମଲାଗୁଡ଼ିକ ପ୍ରଥମେ ନେଗେଟିଭ୍ ଥିଲା, ତା’ପରେ ପଜେଟିଭ୍ ଆସିଥାଏ ଏବଂ ଯେଉଁମାନେ ସଂକ୍ରମିତ ଥିଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ଏହାକୁ ଫଲ୍ସ ନେଗେଟିଭ୍ କୁହାଯାଏ ।

ସଂକ୍ରମଣ ଆରମ୍ଭ ହୋଇନାହିଁ 

ବର୍ତ୍ତମାନ, ପ୍ରଚଳିତ କରୋନାର ପରୀକ୍ଷା ପଦ୍ଧତି ଦ୍ୱାରା ସଂକ୍ରମଣ ଧରାପଡି ନପାରେ ।  । ତେଣୁ ପଲିମେରେଜ୍ ଚେନ୍ ପ୍ରତିକ୍ରିୟା ବା RT-PCR ଦ୍ୱାରା ଅନୁସନ୍ଧାନ କରାଯାଉଛି । ଏହା ମାଧ୍ୟମରେ, ସଂକ୍ରମଣର ଆରମ୍ଭରୁ ନିଶ୍ୱାସରେ ଉପସ୍ଥିତ ଭୂତାଣୁ କଣିକାକୁ  ଧରାଯାଇଥାଏ । ଆମେରିକୀୟ ସଂସ୍ଥା ସିଡିସି କହିଛି ଯେ, ଯଦି କାହାର ରିପୋର୍ଟ ନେଗେଟିଭ ଆସୁଛି ଏବଂ ପରେ ସେ ପଜିଟିଭ୍ ବୋଲି ଜଣାପଡ଼ୁଛି ତେବେ ଏମିତି ହୋଇପାରିଥାଏ ଯେ, ନମୂନା ନେବା ସମୟରେ ସେହି ଲୋକଟି ସଂକ୍ରମଣ ଆରମ୍ଭ ହୋଇନଥିବ ।

ଏପରି ପରିସ୍ଥିତିରେ, ପରୀକ୍ଷା ରିପୋର୍ଟ ନେଗେଟିଭ୍ ହିଁ ଆସିବ । ଦୁର୍ଭାଗ୍ୟବଶତ ଏହିପରି ଲୋକଙ୍କ ପାଇଁ କୌଣସି ତଥ୍ୟ ସଂଗ୍ରହ କରାଯାଇ ପାରୁନାହିଁ । ତେଣୁ ଚାଇନାର ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ସଂକ୍ରମଣର 30 ପ୍ରତିଶତ ରିପୋର୍ଟ ଫଲ୍ସ ନେଗେଟିଭ୍ ହୋଇପାରେ । ଅନେକ ଦେଶରେ ଡାକ୍ତରମାନେ ପୂର୍ବାନୁମାନ କରିଛନ୍ତି ଯେ ଫଲ୍ସ ନେଗେଟିଭ୍ ଅଧିକ ସଂଖ୍ୟାରେ ମଧ୍ୟ ହୋଇପାରେ ।

କେବଳ ଗୋଟିଏ ପରୀକ୍ଷା କରିବା ମୂର୍ଖାମୀ

ଯେକୌଣସି ପରୀକ୍ଷା ରିପୋର୍ଟ ଅନ୍ୟ ଏକ ରିପୋର୍ଟ ସହ ମେଳ ଖାଇବା ଉଚିତ୍ । କେବଳ ଅନୁସନ୍ଧାନ ରିପୋର୍ଟକୁ ଅନୁମାନ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ । ଅନ୍ୟ ଡାକ୍ତରମାନଙ୍କ ଠାରୁ ପରାମର୍ଶ କରିବା ସହ ପରୀକ୍ଷା ମୂଳକ ଭାବେ ନିଜର ଲକ୍ଷଣ ସହିତ ତୁଳନା କରିବା ଉଚିତ୍ । ତେବେ ଏହା ଭାବି ଚାଲନ୍ତୁ କି ଆମଠାରୁ ଆଉ କାହାକୁ ମଧ୍ୟ ସଂକ୍ରମିତ ହୋଇପାରିବ, ଆପଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥାଉ ନା କାହିଁକି ।

ଚୀନର ୮୦ ପ୍ରତିଶତ ସଂକ୍ରମିତ ହୋଇଥିଲେ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା ।

କରୋନା କବଳରେ ୮୦ ପ୍ରତିଶତ ଲୋକ ସେହି ଲୋକଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି ଯେଉଁମାନଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥାଏ । ସାଂଘାଇ ସ୍ଥିତ ଜିଆଓ ଟୋଙ୍ଗ ସ୍କୁଲ୍ ଅଫ୍ ମେଡିସିନର ବୈଜ୍ଞାନିକମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଜଣେ ବ୍ୟକ୍ତି ହାରାହାରି ୩.୮ ଦିନରେ ଅନ୍ୟକୁ ସଂକ୍ରମିତ କରିପାରନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ କରୋନାକୁ ମୂଳପୋଚ୍ଛ କରିବାକୁ ହେଲେ ଆଇସୋଲେସନର ରହିବା ସହ ନିର୍ଭୁଲ ପରୀକ୍ଷଣର ଆବଶ୍ୟକତା ରହିଛି ଯାହା ଫଳରେ ଏହି ଭୂତାଣୁକୁ ଧରାଯାଇପାରିବ ।

ଏକ ରିପୋର୍ଟରୁ ଜଣା ଯାଇଛି ଯେ, ଯେତେବେଳେ ପ୍ରଥମ ସଂକ୍ରମିତ ହେବାର ଜଣା ଯାଏ ସେତବଳ ପର୍ଯ୍ୟନ୍ତ ଦ୍ୱିତୀୟ ବ୍ୟକ୍ତି ସଂକ୍ରମିତ ହୋଇଯାଇଥାଏ । ୱୁହାନ ରୋଗୀଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ ଲୋକ ଯେଉଁମାନେ ସୁସ୍ଥ ଦେଖାଯାଉଥିଲେ କିନ୍ତୁ ସଂକ୍ରମିତ ହୋଇଥିଲେ ସେମାନଙ୍କ ଠାରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଥିଲେ ।

Leave a Reply